ନୂଆଦିଲ୍ଲୀ-ମଧ୍ୟ ପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାବସାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ତାଙ୍କର ଦେହାବସାନ ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଥିଲେ ଯେ ଲାଲଜୀ ଟଣ୍ଡନଙ୍କୁ ତାଙ୍କର ସମାଜସେବା ପାଇଁ ସବୁବେଳେ ମନେ ରଖା ଯିବ । ସେ ଉତର ପ୍ରଦେଶରେ ବିଜେପିକୁ ଶକ୍ତିଶାଳୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ସେ ସାଧାରଣ ଲୋକଙ୍କର ଭଲ ପାଇଁ ସବୁବେଳେ କାମ କରୁଥିଲେ । ସେ ଆଇନଗତ ମାମଲାର ବିଶେଷଜ୍ଞ ଥିଲେ ତଥା ଅଟଳଜୀଙ୍କ ସହ ସେ ଲମ୍ବା ସମୟ ଧରି କାମ କରିଥିଲେ । ତାଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପିତ କରୁଛି ବୋଲି ସେ ଟ୍ୱିଟ କରି କହିଛନ୍ତି ।