
ଜଗନ୍ନାଥ ପ୍ରସାଦ : ଗୋଟେପଟେ ସ୍ୱଳ୍ପ ବୃଷ୍ଟିପାତ ଅନ୍ୟପଟେ ସାରର ଅଭାବ ବିକ୍ରି, ଜିଲ୍ଲାର ଗରିବ ଚାଷୀ ମାନେ ଚିନ୍ତିତ।ଏପରି ବର୍ଷାଭାବ ଏବର୍ଷ ଚାଷୀମାନଙ୍କ ମନରେ ଧାନ ଚାଷ ନେଇ ଆଶଙ୍କା ସୃଷ୍ଟି କଲାଣି। ତଳି ଓ ରୁଆ କାର୍ଯ୍ୟ ମଧ୍ୟ ଏନେଇ ମନ୍ଥର ଗତିରେ ଚାଲିଛି।ବର୍ଷା ଅଭାବରୁ ଅଧିକାଂଶ ବୁଣା ଜମି ମଧ୍ୟ ଗଜା ମରୁଡି ହେବା ସହ ଧାନ ତଳି ଗୁଡିକ ପୋଡ଼ିଗଲାଣି,ଏପଟେ କରୋନା ପ୍ରଭାବ ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ବୁଣାଯାଇଥିବା ଧାନ ମରୁଡି ହେବାରେ ଲାଗିଲାନି। ବିଶେଷ ଭାବରେ ଜଗନ୍ନାଥ ପ୍ରସାଦ ବ୍ଳକର ଚାଷୀମାନେ ଚାଷ ପାଇଁ ବର୍ଷା ଜଳକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି।
ଏହି ଖରିଫ ଋତୁରେ ଏଠାକାର ଚାଷୀ ଧାନ ଫସଲକୁ ମୁଖ୍ୟ ବେଉସା ଭାବରେ ଗ୍ରହଣ କରିଥାନ୍ତି। ମାତ୍ର ଜୁଲାଇ ମାସ ଶେଷ ହେବାକୁ ବସିଲାଣି ମୌସୁମିର ଦେଖାନାହିଁ।ଆଗକୁ ଯଦି ବର୍ଷା ନହୁଏ ତାହେଲେ ଚାଷ କାର୍ଯ୍ୟରେ ଗୁରୁତର ପ୍ରଭାବିତ ହେବା ସହ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କେତେକାଂଶରେ ପ୍ରକାଶ ପାଇଛି।ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗର କର୍ମଚାରୀମାନେ କରୋନା ନିମନ୍ତେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନାହାନ୍ତି।କି ଠିକ ଭାବରେ ରହୁ ନାହାନ୍ତି ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକ କାର୍ଯ୍ୟକ୍ଷମ କରିବା ସହିତ କେନାଲରେ ପାଣି ଛାଡି ଧାନ ତଳି ବଞ୍ଚାଇବା ପାଇଁ ଚାଷୀମାନଙ୍କ ତରଫରୁ ଦାବି ହୋଇଛି। ଯଦି ସରକାର ଘାଇ ଗୁଡିକର ସଠିକ ତଦାରଖ କରି ଥାନ୍ତେ ତେବେ ଚାଷୀଙ୍କୁ ହଇରାଣ ହବାକୁ ପଡ଼ିନଥାନ୍ତା ବୋଲି ଅଭିଯୋଗ କରିଛନ୍ତିl
ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO