
ବ୍ରହ୍ମପୁର: ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ଦିନ ଗୋପାଳପୁର ଥାନା ଅନ୍ତର୍ଗତ ବିଏମ୍ସିର ୪୦ନମ୍ବର ୱାର୍ଡ ଅଧିନ ଆମ୍ବପୁଆ ଗ୍ରାମକୁ ବିଶୋଧନ କରାଯାଇଛି । ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘଦିନଧରି ବ୍ରହ୍ମପୁର ସହରର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ସ୍ଥାନ, ସରକାରୀ କାର୍ଯ୍ୟାଳୟ, ଏମ୍କେସିଜି, ସିଟି ହସ୍ପିଟାଲ ଆଦି ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ବିଶୋଧନ କରାଯାଉଛି । ରବିବାର ଆମ୍ବପୁଆ ଗ୍ରାମର ମୁଖ୍ୟରାସ୍ତା, ଗ୍ରାମର ୪ ସାହି ସହ ବିଭିନ୍ନ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ଗ୍ରାମବାସୀଙ୍କ ତରଫରୁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ନିଗମ କମିଶନରଙ୍କୁ ଧନ୍ୟବାଦ ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୪ରୁ ଉର୍ଦ୍ଧ୍ୱ ଗାଡିରେ ଭିଆଇପି କଲୋନୀ, ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ, ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟ ଓ କୋର୍ଟ, ଧର୍ମନଗର ମୁଖ୍ୟରାସ୍ତା, ସିଟି ହାଇସ୍କୁଲ ରୋଡ୍, ବୁଢ଼ିଠାକୁରାଣୀ ମନ୍ଦିର ନିକଟ, ଟାଉନ୍ ଥାନା, ହନୁମାନ ବଜାର ରୋଡ୍ ଆଦି ଅଞ୍ଚଳ ବିଶୋଧନ କରାଯାଇଥିବା ଜଣାପଡିଛି । ଫାଏର ଅଫିସ୍ର ସନାତନ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO