କେନ୍ଦ୍ରାପଡ଼ା– କେନ୍ଦ୍ରାପଡା ଟାଉନ ଦିଲାରପୁର ଗ୍ରାମର ଜଣେ ୯୦% ଭିନ୍ନକ୍ଷମ ଯୁବକଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଚଳତଶକ୍ତି ଭିନ୍ନକ୍ଷମ ଏହି ଯୁବକ ସେକ୍ ସଲ୍ଲାଉଦିନ(୨୩) ସରକାରୀ ସହାୟତା ପାଇଁ ୩ଚକିଆ ସାଇକେଲ ପାଇଁ ଆବେଦନ କରିଥିଲେ । ଅପରପକ୍ଷରେ ଆର୍ଥିକ ଅନଗ୍ରସର ପରିବାରର ଏହି ଯୁବକଙ୍କୁ ଭିନ୍ନକ୍ଷମମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ହୁଇଲ ଚେୟାର ପ୍ରଦାନ କରିବା ପାଇଁ ଓ ରାସନ କାର୍ଡ ଦେବାପାଇଁ ଦାବି ହୋଇଛି ।
Related Stories
October 9, 2024
October 9, 2024