
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲଉଣ୍ଟାରି ଏଜେସିଂ ଫର ସୋସିଆଲ ଆକ୍ସନ ପକ୍ଷରୁ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ ହଜାର ଉନ୍ମତ ନଡ଼ିଆଗଛ ବଣ୍ଟନ କରାଯିବ । ଆଜି ସାକ୍ଷୀଗୋପାଳଠାରେ ଏକ କର୍ମକର୍ତ୍ତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି| ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ଶ୍ରୀ ପରେଶ ନାୟକ । ଏହି କର୍ମଶାଳାରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲାୟନ୍ସ କ୍ଲବର ଆଞ୍ଚଳିକ ସଭାପତି ଶ୍ରୀ ଅନିଲ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଶାସକ ଶ୍ରୀ ମଧୁସୂଦନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାର ୫ଟି ବ୍ଲକ ଯଥା ପିପିଲି,ସତ୍ୟବାଦୀ, ବ୍ରହ୍ମଗିରୀ, ପୁରୀ ସଦର ଓ ଗୋପ ବ୍ଲକରେ ଏହି ନଡ଼ିଆ ଚାରା ବଣ୍ଟନ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଓ ଭୁବନେଶ୍ବର ବ୍ଲକରେ ନଡ଼ିଆଗଛ ଚାରା ବଣ୍ଟନ କରାଯିବ । ଏହି ଉନ୍ନତମାନର ନଡ଼ିଆ ଚାରା ଲୋକମାନଙ୍କୁ ୨୦ ଟଙ୍କା ଓ ୪୦ ଟଙ୍କା ହିସାବରେ ଦିଆଯିବ । ଡ଼େଙ୍ଗାଗଛ ୨୦ ଟଙ୍କା ଓ ଗେଡ଼ା ଗଛ ୪୦ ଟଙ୍କାରେ ଦିଆଯିବ । ଡ଼େଙ୍ଗାଗଛ ୬ ବର୍ଷରେ ଫଳଦାନ କରିବା ବେଳେ ଗେଡ଼ାଗଛ ୪
ବର୍ଷରେ ଫଳଦାନ କରିବ । ଆଜି କର୍ମକର୍ତ୍ତାମାନଙ୍କୁ ନଡ଼ିଆଚାରା ରୋପଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ନଡ଼ିଆ ଚାରା ବଣ୍ଟନ କାର୍ଯ୍ୟକ୍ରମର ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି ।ଏଥିରେ ପୂର୍ବତନ ଆଇଏଏସ୍ ଲେଖକ ଶ୍ରୀଯୁକ୍ତ ଜେ.ପି ଦାସ, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନର
ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଅଶୋକ ମହାପାତ୍ର, ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶ୍ରୀ ରବିନାରାୟଣ
ନନ୍ଦ, ଜାଭିୟର ବିଶ୍ବବିଦ୍ୟାଳୟର ଡିନ୍ ଶ୍ରୀଯୁକ୍ତ ପ୍ରିୟଦର୍ଶନ ପାତ୍ର ଓ ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ଦିଲେଶ୍ବର ପ୍ରଧାନ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ଶ୍ରୀଯୁକ୍ତ ଭାବଗ୍ରାହୀ ଶାନ୍ତି ଓ ଶ୍ରୀ ଜୟପ୍ରକାଶ ମିଶ୍ର । ଆଜିର କାର୍ଯ୍ୟକ୍ରମକୁ ପରିରଳନା
କରିଥିଲେ ଶ୍ରୀ ପ୍ରସାଦ ମହାନ୍ତି, ଶ୍ରୀ ରାକେଶ ପ୍ରଧାନ, କୁମୁଦିନୀ ପଣ୍ଡା, ଇତିଶ୍ରୀ ଦେବୀ ଓ ସୁରେଶ ସାହୁ । ପ୍ରମୁଖ ଉପସ୍ଥିତ ଥିଲେ |
ଏହି ସୂଚନା ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଅଧ୍ୟକ୍ଷ ଶ୍ରୀ ପରେଶ ନାୟକ ପ୍ରଦାନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO