
ବ୍ରହ୍ମପୁର: ଶନିବାର ଠାରୁ ଗଞ୍ଜାମରେ ଆରମ୍ଭ ହେବ ୧୪ଦିନିଆ ସଟ୍ ଡାଉନ୍ । ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ତେଜରାତି, ପନିପରିବା, ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଜାତୀୟ ପଦାର୍ଥକୁ ଛାଡିଦେଲେ ସବୁ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ ଦୋକାନ ୨୪ଘଣ୍ଟା ଖୋଲିବା ପାଇଁ ଅନୁମତି ରହିଛି । ଜିଲ୍ଲାରେ ଗାଡି ମୋଟରକୁ ମଧ୍ୟ କଡାକଡି ଯାଞ୍ଚ କରାଯାଉଛି । ଗତ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଥିବା ବେଳେ ଶନିବାର ଏହାର ସଂଖ୍ୟା କମି ୧୮୨ ହୋଇଛି । ଗ୍ରାମାଞ୍ଚଳଗୁଡିକରେ ପଜିଟିଭ ସଂଖ୍ୟା କମୁଥିବା ବେଳେ ସହରାଞ୍ଚଳରେ ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ ସେବା ଜାରି ରହିଛି । ଶନିବାର ଜିଲ୍ଲାରେ କରୋନାରେ ୬୩ବର୍ଷୀୟ ଓ ୬୦ବର୍ଷୀୟ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଶନିବାର ୨୭୯ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୧୮ଦିନ ମଧ୍ୟରେ ୩୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫ରେ ପହଁଚିଛି । ଏଥିମଧ୍ୟରେ ୫୨ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୬ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୬ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୧୬୦ଜଣ । ୧୬ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସି ୧, ଛତ୍ରପୁର ୨, ଚିକିଟି ୧, ହିଞ୍ଜିଳିକାଟୁ ୧, କୁକୁଡାଖଣ୍ଡି ୨, ଖଲ୍ଲିକୋଟ ୧, ପାତ୍ରପୁର ୨, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୪ ଓ ଶେରଗଡର ଜଣେ ବୋଲି ଜଣାପଡିଛି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ୬ଜଣଯାକ ଛତ୍ରପୁର ବ୍ଲକ୍ର । ସେହିପରି ୧୬୦ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୧, ବିଏମ୍ସି ୬୭, ବେଗୁନିଆପଡା ୩, ବେଲଗୁଣ୍ଠା ୨, ବୁଗୁଡା ୩, ଛତ୍ରପୁର ୧୯, ଚିକିଟି ୧୩, ଦିଗପହଣ୍ଡି ୩, ଗଞ୍ଜାମ ୩, ହିଞ୍ଜିଳିକାଟୁ ୧୧, ଜଗନ୍ନାଥପ୍ରସାଦ ୧, କୁକୁଡାଖଣ୍ଡି ୪, ପାତ୍ରପୁର ୧୪, ପୁରୁଷୋତ୍ତମପୁର ୩, ସାନଖେମୁଣ୍ଡି ୨, ଶେରଗଡ ୫, ସୋରଡା ୧ ଓ ଅନ୍ୟାନ୍ୟ ୫ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୫୨୮୦ରେ ପହଞ୍ôଚଥିବା ବେଳେ ୫୫ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଶନିବାର ୨୭୯ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୩୫୫୪ରେ ପହଂଚିଛି । ଜିଲ୍ଲାରେ ଏବେ ୧୬୭୧ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO