
ବ୍ରହ୍ମପୁର: କରୋନା ସଂକ୍ରମଣ ଆଶଙ୍କା କରି ବ୍ରହ୍ମପୁର ସହରର ଖାଉଟିମାନଙ୍କୁ କିଛି ଦିନ ହେବ ରାସନ ସାମଗ୍ରୀ ବଣ୍ଟନ ହୋଇପାରୁ ନଥିଲା । ସରକାରଙ୍କ ନିୟମ ଅନୁସାରେ ବାୟମେଟ୍ରିକ ମେସିନରେ ହିତାଧିକାରୀମାନେ ଆଙ୍ଗୁଠି ଛାପା ଦେଇ ନିଜର ରାସନ ସାମଗ୍ରୀ ନେବାର ନିୟମ ରହିଛି । କିନ୍ତୁ ଆଙ୍ଗୁଠି ଛାପା ଦେଲେ କରୋନାର ଗୋଷ୍ଠି ସଂକ୍ରମଣ ଆଶଙ୍କା କରି ଡ଼ିଲରମାନେ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରୁନାହାନ୍ତି । ଏପ୍ରିଲ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ରାସନ ସାମଗ୍ରୀ ଡ଼ିଲରଙ୍କ ପାଖରେ ପଡ଼ି ରହିଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କିପରି ବଣ୍ଟନ କରାଯିବ ଏନେଇ ବ୍ରହ୍ମପୁର ଫେୟାର ପ୍ରାଇସ୍ ସପ୍ ରିଟଲର ୱେଲ୍ଫର ଆସୋସିଏସନ୍ ପକ୍ଷରୁ ଗତ ୨ ତାରିଖ ଦିନ ମହାନଗର ନିଗମ କମିଶନରଙ୍କୁ କିପରି ବଣ୍ଟନ କରାଯିବ ସେ ନେଇ ଏକ ସମାଧାନର ପନ୍ଥା ଖୋଜିବା ପାଇଁ ଏକ ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । କମିଶନର ସଙ୍ଗେ ସଙ୍ଗେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଜଣାଇଥିଲେ । ୧୫ଦିନ ହେବ ଏହାର କୌଣସି ସମାଧାନର ପନ୍ଥା ନବାହାରିବାରୁ ଶୁକ୍ରବାର ଦିନ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ପୁଣି ଏହାର ସମାଧାନ ତୁରନ୍ତ କରି ଗରିବ ଗୁରୁବାଙ୍କ ରାସନ ସାମଗ୍ରୀ ବଣ୍ଟନ କରିବା ଅନୁରୋଧ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତାଙ୍କ କାର୍ଯ୍ୟାଳୟ ଚିଠି ନଂ ୧୧୪୦୮ ତା ୧୭.୭.୨୦ରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରି ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ରାସନ ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନରେ ଆଙ୍ଗୁଠି ଛାପାର ଆବଶ୍ୟକ ନାହିଁ ତେଣୁ ସେମାନଙ୍କର ସାମଗ୍ରୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଆସିବା ପରେ କଂଗ୍ରେସ ନେତା ଶ୍ରୀ ପଣ୍ଡା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଥିବା ହଜାର ହଜାର ଗରିବ ଗୁରୁବାଙ୍କ ତରଫରୁ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଫଳରେ ଗରିବ ଲୋକେ ଖୁବ୍ ଶୀଘ୍ର ଚାଉଳ, ଗହମ ପାଇପାରିବେ ବୋଲି ଆଶା ପ୍ରକଟ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO