
ପୁରୀ,ଦେଶର ସର୍ବବୃହତ ରାଷ୍ଟ୍ରାୟତ ଉଦ୍ୟେ|ଗ ରେଳବାଇ ଦେଶୀ ବିଦେଶୀ ପୁଞ୍ଜିପତି ଙ୍କ ହାତରେ ଟେକି ଦେବେ କେନ୍ଦ୍ରର ମୋଦୀ ସରକାର କରୋନା ମହାମାରୀ ର ସୁଯୋଗ ନେଇ ଦେଶର ୧୦୯ ଟି ରୁଟରେ ୧୫୧ ଟି ଟ୍ରେନ ଚଳାଇବାକୁ ଟାଟା, ଅଦାନୀ, ଏସେଲ, ଗ୍ରୁପ ଭଳି ବୃହତ ଘରୋଇ କମ୍ପାନୀ ମାନଙ୍କୁ ଅନୁମତି ମିଳିବ |ସେମାନଙ୍କର ସହାୟତାରେ ଚାଲିବ ଯାତ୍ରୀବାହୀ ଟ୍ରେନ |ପୂର୍ବରୁ ସରକାର ସଫେଇ, ଟିକଟ କାଉଣ୍ଟର, ବେଡ଼ରୋଲ ଘରୋଇ କଣ୍ଟ୍ରାକ୍ଟର ହାତରେ ସମର୍ପି ଦେଇ ଥିବାବେଳେ ଆଗକୁ କେତେକ ଷ୍ଟେସନ ଓ ଏହା ଅନ୍ତର୍ଗତ ଜମି, ଭିତିଭୂମି, ବିଦୁତ କ୍ଷେତ୍ର ମଧ୍ୟ ଘରୋଇ କରଣ କରିବାକୁ ମୋଦୀ ସରକାର ଟେଣ୍ଡର କରିବେ ବୋଲି ରେଳବୋର୍ଡ଼ ସୂଚନା ଦେଇଛନ୍ତି |ରେଳ ଘରୋଇକରଣ ହେଲେ ଆତ୍ମନିର୍ଭର ନୁହେଁ ଆତ୍ମ ସମର୍ପଣ ହେବ |ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇବେ ଓ ପରିବହନ ସମ୍ପୂର୍ଣ୍ଣ ବ୍ୟୟ ବହୁଳ ହେବ |ଘରୋଇ କମ୍ପାନୀ ଟ୍ରେନ ଚଳାଇବାକୁ ଅନୁମତି ପାଇଲେ ଯାତ୍ରୀ ଭଡା ଧାର୍ଯ୍ୟ ମନଇଚ୍ଛା କରିବେ ପୁଞ୍ଜିପତି |୧୫୧ ଟି ଟ୍ରେନ ମଧ୍ୟରୁ ପୁରୀ ହାୱଡା, ପୁରୀ ଆସନସୋଲ, ପୁରୀ ପ୍ରୟୋଗରାଜ ଭଳି ଅନେକ ରେଳଗାଡି ଘରୋଇ ହାତକୁ ଯିବା ରେଳବାଇ ଘରୋଇକରଣ କୁ ବିରୋଧ କରି ସି. ଆଇ.ଟି.ୟୁ(CITU)ପୁରୀଜିଲ୍ଲା ତରଫରୁ ପୁରୀରେଳ ଷ୍ଟେସନ ରେ ପ୍ରତିବାଦ ବିକ୍ଷୋଭ ସହ ଷ୍ଟେସନ ମ୍ୟାନେଜର ଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଛି |ଉକ୍ତ ବିକ୍ଷୋଭ ପ୍ରତିବାଦରେ ଶ୍ରମିକନେତା ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁରୁ ଆତ୍ମନିର୍ଭର ଶୀଳଘୋଷଣା କରିଥିବା ନରେନ୍ଦ୍ର ମୋଦୀ ଦେଶର ସମ୍ପଦକୁ ପୁଞ୍ଜିପତିକୁ ବିକ୍ରି କରିବା ଦୋମୁହାଁ ନୀତି ଯାହା ଦେଶର ସ୍ୱାର୍ଥ ବିରୋଧି ବୋଲି କହିଥିଲେ |ଦେଶର ପ୍ରତିରକ୍ଷା, ବ୍ୟାଙ୍କ, ବୀମା, ନାଲକୋ, BPCL, BSNL, ପାଣି ବନ୍ଦର, ବିମାନ ବନ୍ଦର ଗୁଡିକରୁ ପୁଞ୍ଜି ପ୍ରତ୍ୟାହାର କରି ଦେଶର ଅର୍ଥନୀତିକୁ ପୁଞ୍ଜିପତିଙ୍କ ହାତରେ ସମର୍ପି ଦେଇଥିବା ମୋଦୀ ସରକାର ବିରୁଦ୍ଧରେ ଜନ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି |ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ରାଜ ମହାରଣା, ପୂର୍ଣଚନ୍ଦ୍ର ମୁଦୁଲି, ଟୁନା ନାୟକ, ଲକ୍ଷ୍ମଣ ମଲ୍ଲିକ, ବିଭୁତି ରାଉତରାୟ ବିକ୍ଷୋଭ ପ୍ରତିବାଦ କୁ ପରିଚାଳନା କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO