
ଭଦ୍ରକ – ଭଦ୍ରକ ଜିଲ୍ଲାରେ ଉଦବେଗଜନକ ଭାବେ କିଡ୍ନି ରୋଗ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗୀମାନଙ୍କ ପାଇଁ ଡାୟାଲିସସ୍ ଅତ୍ୟନ୍ତ ଆବା୍ରକ । ପୂର୍ବରୁ ରୋଗୀମାନଙ୍କୁ ଏହି ଚିକିସôା ସେବା ପାଇଁ ମୁଖ୍ୟତଃ କଟକ କିମ୍ବା ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ଗତବର୍ଷ ଫେବ୍ରୁଆରୀ ମାସ ୨୫ ତାରିଖ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଏହି ସେବାର ଶୁଭାରମ୍ଭ ହେଲା । ପିପିପି ମୋଡରେ ଏହି ସେବା ଆରମ୍ଭ ହୋଇଥିବାବେଳେ, ଚଣ୍ଡିଗଡ଼ର ରାହୀ କେୟାର ନାମକ ଏକ କମ୍ପାନୀ ସରକାରଙ୍କ ସହିତ ଚୁକ୍ତିବଦ୍ଧ ଏହି ସେବା ଯୋଗାଇବା ଆରମ୍ଭ କରିଥିଲା । କମ୍ପାନୀ ପକ୍ଷରୁ ଜଣେ ଡାକ୍ତର, ଜଣେ ତାଲିମପ୍ରାପ୍ତ ଷ୍ଟାଫ ନର୍ସ, ଜଣେ ଟେକନିସିଆନ ଓ ୩ଜଣ ଆଟେଣ୍ଡାଣ୍ଟକୁ କମ୍ପାନୀ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା । ଫଳରେ ଡାୟାଲିସସ୍ ଚିକିସôା ଆବଶ୍ୟକ କରୁଥିବା ବହୁ ଗରୀବ, ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଶ୍ରେଣୀର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆଶ୍ୱସ୍ତ ହୋଇଥିଲେ । ତେବେ ରାହୀ କେୟାର ଜିଲ୍ଲା ଚିକିସôାଳୟ ପରିସରରେ ଏକ କେନ୍ଦ୍ର ସ୍ଥାପନ କରିବା ସହ ୩ଟି ଡାୟାଲିସସ୍ ମେସିନ ସ୍ଥାପନ କରି ଏହି ଚିକିସôା ଆରମ୍ଭ କରିଥିଲା । କିନ୍ତୁ କିଡନି ଜନୀତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଘଟୁଥିବାରୁ ନାମ ପଞ୍ଜିକରଣ କରି ମଧ୍ୟ ବହୁ ସଂଖ୍ୟକ ରୋଗୀ ଏହି ସେବାରୁ ବଂଚିତ ହୋଇଛନ୍ତି । ଏପରିକି ପଞ୍ଜିକୃତ ରୋଗୀଙ୍କୁ ଏହି ସେବା ନିମିତ ୨ରୁ ୩ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ମିଳିଥିବା ତଥ୍ୟ ଅନୁଯାୟୀ ସପ୍ତାହରେ ୬ଦିନ ଏହି କେନ୍ଦ୍ରରେ ସେବା ଉପଲବ୍ଧ ଅଛି । ବର୍ତମାନସୁଦ୍ଧା ମୋଟ ୮୫ଜଣ ରୋଗୀ ଏହି ସେବା ପାଇଁ ନାମ ପଞ୍ଜିକୃତ କରିଥିବାବେଳେ, ୩୮ଜଣଙ୍କୁ ଏହି କେନ୍ଦ୍ରରେ ଚିକିସôା ସେବା ଯୋଗାଇ ଦିଆଯାଉଛି । ଏହି ୩୮ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ୭ଜଣଙ୍କର ମୃତୁ୍ୟ ଘଟି ସାରିଛି ଓ ୩ଜଣ ଡାୟାଲିସିସ୍ ପାଇଁ ଆସୁନଥିବା ଜଣାପଡ଼ିଛି । ସମ୍ଭବତଃ ସେମାନେ ଅନ୍ୟତ୍ର ଚିକିସôା ପାଇଁ ଯାଉଛନ୍ତି । ଅପରପକ୍ଷରେ ନାମ ପଞ୍ଜିକରଣ କରି ଆହୁରି ୩୭ଜଣ ରୋଗୀ ଏହି ସେବା ପାଇବା ଅପେକ୍ଷାରେ ରହିଛନ୍ତି । କର୍ତୃପକ୍ଷଙ୍କ କହିବାନୁଯାୟୀ ଜଣେ ରୋଗୀଙ୍କୂୁ ସପ୍ତାହରେ ୨ଥର ଡାୟାଲିସିସ୍ କରିବା ଆବଶ୍ୟକ ପଡ଼ିଥାଏ । କିନ୍ତୁ ଏତେ ସଂଖ୍ୟକ ରୋଗୀଙ୍କୁ ସପ୍ତାହରେ ୨ଥର ସେବା ଯୋଗାଇବା ସମ୍ଭବ ହୋଇ ପାରୁ ନାହିଁ । ଯଦି ମେସିନ ସଂଖ୍ୟା ୩ରୁ ୬କୁ ବୃଦ୍ଧି କରାଯାଆନ୍ତା ତେବେ କିନଡ଼ି ରୋଗ ଆକ୍ରାନ୍ତଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ନ୍ତା ନାହିଁ । ଏପରି ବିଭାଗୀୟ ଅନିଛାକୃତ ବିଳମ୍ବ ପାଇଁ ବହୁ ରୋଗୀ ବାଧ୍ୟ ହୋଇ କଟକ କିମ୍ବା ଭୁବନେଶ୍ୱର ମୁହାଁ ହେଉଥିବା ଜାଣିବାକୁ ମିଳିଛି । ଫଳରେ ସେମାନଙ୍କୁ ବେଶ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ତେବେ ଜିଲ୍ଲା ମୁଖ୍ୟ ଚିକିସôାଳୟ ଉପରେ ଜିଲ୍ଲାର ୧୫ଲକ୍ଷରୁ ଉଦ୍ଧ୍ୱର୍ ଲୋକ ନିର୍ଭରଶୀଳ । ଏହା ବ୍ୟତୀତ ପଡେ଼ାଶୀ ଯାଜପୁର, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର କେତେକ ଅଂଚଳର ବହୁ ରୋଗୀ ଏହି ଚିକିସôାଳୟ ଉପରେ ନିର୍ଭରଶୀଳ । ୧୫ଲକ୍ଷ ଲୋକସଂଖ୍ୟା ଆଧାରରେ ଏହି ଡାୟାଲିସସିସ୍ କେନ୍ଦ୍ର ପ୍ରତିÂା ହୋଇଥିଲା । କିନ୍ତୁ ପଡେ଼ାଶୀ ଜିଲ୍ଲାର ଜନସଂଖ୍ୟାକୁ ମିଶାଇଲେ ଏହି ଚିକିସôାଳୟ ଉପରେ ୨୦ଲକ୍ଷରୁ ଉଦ୍ଧ୍ୱର୍ ଲୋକ ନିର୍ଭରଶୀଳ । ତେଣୁ ଡାୟାଲିସସ୍ ମେସିନ ସଂଖ୍ୟା ୩ରୁ ୬କୁ ବୃଦ୍ଧି କରାଗଲେ ଏହି ଚିକିସôା ସେବା ଅଧିକ ଫଳପ୍ରଦ ହେବା ସହ ରୋଗୀମାନେ ଏହି ସେବା ପାଇ ପାରନ୍ତେ । ଦୂଷିତ ଜଳ ସମେତ ବିଭିନ୍ନ କାରଣରୁ ବର୍ତମାନ କିଡନି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଏହି ବ୍ୟୟବହୁଳ ଚିକିସôା ସେବାରୁ ରୋଗୀଙ୍କୁ ରକ୍ଷା କରିବାକୁ ହେଲେ ମେସିନ ସଂଖ୍ୟା ଦ୍ୱିଗୁଣିତ କରାଯିବାକୁ ସାଧାରଣରେ ମତପ୍ରକାଶ ପାଇଛି ।