
ଭଦ୍ରକ – ରାଜ୍ୟ ସରକାର ଡାକ୍ତରଖାନା ମାନଙ୍କରେ ଦଲାଲଙ୍କ ପାଦୁର୍ଭାବ ବନ୍ଦ କରିବାକୁ ନିଦେ୍ର୍ଧଶ ଦେବାର ୭୨ଘଣ୍ଟା ନପୁରୁଣୁରୁ ଭଦ୍ରକ ଟାଉନ ପୁଲିସ ଜିଲ୍ଲା ଡାକ୍ତରଖାନାରେ ଅଚାନକ ଚଢ଼ାଉ କରି ୨ଜଣ ଦଲାଲଙ୍କୁ ଠାବକରିବା ସହିତ ୨ମାତାଲିକୁ ଗିରଫ କରିଛି । ଗ୍ରାମାଂଚଳରୁ ଆସୁଥିବା ରୋଗୀଙ୍କୁ ଏହି ଦଲାଲ ମାନେ ବିଭିନ୍ନ ଘରୋଇ ନର୍ସିଙ୍ଗହୋମ୍ ଓ ପଲିକ୍ଲିନିକକୁ ରୋଗୀ ପଠାଇବା ଉଦେଶ୍ୟରେ ବେସ ମୁଟା ଅଙ୍କର ମୁନାଫା ପାଉଥିଲେ । ଏସପିଙ୍କ ନିଦେ୍ର୍ଧଶ କ୍ରମେ ଟାଉନ ଥାନା ଅଧିକାରୀଣୀ ସଂରୋଜିନି ସିଂଙ୍କ ନେତୃତ୍ୱରେ ଏକ ଟିମ ଭଦ୍ରକ ଡାକ୍ତଖାନାରେ ଅଚାନକ ଚଢ଼ାଉକରି ଶୁଭାଶୀନୀ ସାହୁ, ସାଗର ମୁଖୀ, ଆଜାହରରୁଦ୍ଧିନ ଖାଁ, ପବନ ସାହୁଙ୍କୁ ଡାକ୍ତଖାନା ପରିବର୍ତୀ ଘରୋଇ କ୍ଲିନିକରେ ଚିକିସôା ହେବାପାଇଁ ପ୍ରବତାଉ ଥିବା ସମୟରେ ଗିରଫ କରିଛି । ତେବେ ପ୍ରକାଶ ଥାଉକି ଭଦ୍ରକ ଡାକ୍ତର ଖାନାରେ ଏହିଭଳି ଅନେକ ଘରୋଇ ନର୍ସିଙ୍ଗହୋମ, କ୍ଲିନିକ, ପାଥୋଲୋଜି ମାନଙ୍କର ବହୁ ସଂଖ୍ୟକ ଦଲାଲ ଡାକ୍ତରଖାନାରେ ଭଲଚିକିସôା ମିଳୁନଥିବା କହି ଶହ ଶହ ରୋଗୀଙ୍କୁ ଘରୋଇ ଚିକିସôା କରିବା ପାଇଁ ପ୍ରବତାଉଥିଲେ । କେବଳ ଏହି ୪ନୁହନ୍ତି ଆହୁରି ଅନେକ ଦଲାଲ ପ୍ରତିଦିନ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ ହେଉଛି । ଆଶ୍ଚର୍ଯ୍ୟର କଥା ସରକାର ଦଲାଲଙ୍କ କବଳରୁ ଡାକ୍ତଖାନାକୁ ମୁକ୍ତ କରିବେ ବୋଲି ଘୋଷଣା ନିହାତି ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଡାକ୍ତର ଖାନା ଠାରୁ ମାତ୍ର ୫୦ମିଟର ଦୁରରେ ବେନାମି ଘରୋଇ ପଲିକ୍ଲିନିକ, ବେନାମି ପାଥୋଲୋଜି ଆଦି ସକାଳଠାରୁ ସଂନ୍ଧ୍ୟା ଯାଏ ମିଛସତ କହି ରୋଗୀଙ୍କୁ ଲୁଟୁଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଟାନ ନିଆନଯାଉଛି ତାହା ସାଧାରଣରେ ଦାବି ହୋଇଛି ।