
ଭଦ୍ରକ – ଇପିଏଫ୍ ପେନସନ୍ଭୋଗୀଙ୍କର ସର୍ବନିମ୍ନ ପେନସନ୍ ମାସିକ ସାତ ହଜାର ପାଞ୍ଚଶହ ଟଙ୍କା ଦାବିରେ ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ବିର୍ଦ୍ଧିତ ପେନସନ୍ ଦେବା ସହିତ ପେନସନ୍ଭୋଗୀମାନଙ୍କୁ ସ୍ୱାସ୍ଥ୍ୟବୀମାଭୁକ୍ତ କରାଯିବାକୁ ଆଜି ଭଦ୍ରକରେ ଅଲ୍ ଓଡିଶା ଇ.ପି.ଏଫ୍ ପେସନ୍ ସଂଘ ପକ୍ଷରୁ ଭଦ୍ରକରେ ଅନୁÂିତ ସଭାରେ ଦାବି ହୋଇଛି । ଉଲ୍ଲେଖନୀୟ ଯେ, ସାମାଜିକ ସୁରକ୍ଷାରୁ ବଂଚିତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅନୁÂାନର ଶତାଧିକ ପେନସନ୍ଭୋଗୀ ଏହି ଗୁରୁତ୍ୱପୂର୍ଣ୍ଣ ସମାବେଶରେ ଯୋଗଦେଇଥିଲେ । ଅକ୍ଷୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମାବେଶକୁ ଏସୋସିଏସନର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ପରିଚାଳନା କରିଥିଲେ । କେନ୍ଦୁଝର ଜିଲ୍ଳାର ବୈତରଣୀ କେନାଲ ଡିଭିଜଜନ ଓ ଭଦ୍ରକ ଜିଲ୍ଲାର ସାଳନ୍ଦୀ କେନାଲ ଡିଭିଜନ ଏବଂ ବାଲେଶ୍ୱର ଇରିଗେସନ ଡିଭିଜନର ପେନସନ୍ଭୋଗୀମାନଙ୍କ ସମେତ ଭଦ୍ରକର ଉଠାଜଳସେଚନ ନିଗମ, କୃଷି ଶିଳ୍ପ ନିଗମ, ଫାକର କମ୍ପାନୀ, ସେଂଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ, କାଡା ବ୍ୟାଙ୍କ ତଥା ବଉଳା ମାଇନ୍ସର ଅନେକ ପେନସନ୍ଭୋଗୀଙ୍କ ପ୍ରତିନିଧିମାନେ ଏଥିରେ ଯୋଗଦେଇ ଦାବି ପୂରଣ ନହେଲେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଏହି ସମାବେଶରେ ଏସୋସିଏସନ ପକ୍ଷରୁ ଗୁରୁକଲ୍ୟାଣ ମହାପାତ୍ର, ମହମ୍ମଦ ଅବୁ ଜାଫର, ପ୍ରମୋଦ କୁମାର ଛତାର, କମଳାକାନ୍ତ ରାଉତ, କୁଞ୍ଜ ବିହାରୀ ନାୟକ, ଗଣେଶ ପ୍ରସାଦ ବାରିକ, ଚିନ୍ତାମଣି ଖୁଂଟିଆ, କୃଷ୍ଣଚନ୍ଦ୍ର ନାୟକ, କରୁଣାକର ମହାରଣା, କୃଷ୍ଣଚନ୍ଦ୍ର ମହାନ୍ତି, ମାନଗୋବିନ୍ଦ ମହାନ୍ତି, ସଚ୍ଚିଦାନନ୍ଦ ସାମନ୍ତରାୟ, ବିକ୍ରମ ଛୋଟରାୟ, ଶରତ ପାଣି, ଆନନ୍ଦ ପଣ୍ଡା, ଲକ୍ଷ୍ମୀଧର ନାୟକ, ବିଜୟ ମହାନ୍ତି, ଭରତ ରାଉତ ଓ କୁମୁଦ ସ୍ୱାଇଞ ପ୍ରମୁଖ ଯୋଗଦେଇଥିଲେ ।