
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗତ କିଛିଦିନ ହେଲା ଭଞ୍ଜନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମିଥିବା ବେଳେ ଆଜି ଗୋଟିଏ ଦିନରେ ସର୍ବାଧିକ ୩୩ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ସେଥିମଧ୍ୟରୁ ୪ଜଣ ପୋଲିସ କର୍ମଚାରୀ, ଜଣେ ବ୍ଲକ କର୍ମଚାରୀ, ଭଞ୍ଜନଗର ଅଞ୍ଚଳର ୩ଜଣ,ନିଳାଦ୍ରୀ ବିହାର ରୁ ୬ଜଣ, ସୁବୁଦ୍ଧି ସାହିରୁ ୨ଜଣ,ବାଇପାସ ରୋଡ଼ ରୁ ୨ଜଣ,ଶ୍ରୀକ୍ଷେତ୍ର ବିହାର, ମେନ ରୋଡ଼, ରଥ ସାହି, ଭେଜିପୁଟ, କେନାଲ ସାହି ରୁ ଜଣେ ଲେଖାଏଁ ଏବଂ ଏହି ବ୍ଲକ ମୁଜାଗଡ଼ ର ୪ଜଣ,ଗୁରା ବାଡ଼ି, ଡିହ ପଢାଳ, ଭାଲିଆ ଖାଇ, ବଡ଼ କୋଦଣ୍ଡା, ଡେଙ୍ଗା ପଦର ଓ ବଦାଙ୍ଗୀ ଗ୍ରାମର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଅଛନ୍ତି।ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ କରୋନା ମୁକାବିଲା ପାଇଁ କୋଭିଡ଼ ମନିଟରିଂ କମିଟି ଗଠନ କରି ସହରରେ କରୋନା ଆକ୍ରାନ୍ତ ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ କୋଭିଡ଼ କୁ ନେଇ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ କହିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO