
ଭଦ୍ରକ – ଭଦ୍ରକ ଗ୍ରାମାଂଚଳ ଥାନା ଅର୍ନ୍ତଗତ ବରହ୍ମପୁର ପଂଚାୟତର ମାଳିଅରୁଆ ଗାଁର ସାରଥୀ ସିଂ ଓ ଗୁରୁବା ସିଂ ଉଭୟ ଦୁଇ ପରିବାରରେ ଗତକାଲି ବିଳମ୍ବିତ ରାତିରେ ନିଆଁଲାଗି ଭୟବହତା ଏତେ ତୀବ୍ର ଥିଲାଯେ, ଘରର ସମସ୍ତ ଆସବାପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥିସହ ନଗଦ ୪୦ହଜାର ଟଙ୍କା ପୋଡିବା ସହ ୩ଟି ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ଜୀବନ୍ତଦଗ୍ଧ ହୋଇଥିବାବେଳେ ଅନ୍ୟ ଦୁଇଟି ଗୁରୁତ୍ୱର ହୋଇପଡିଛନ୍ତି । ପରେ ଖବର ପାଇ ଦମକଳବାହୀନ ଘଟଣାସ୍ଥଳରେ ପହଂଚିବା ବେଳକୁ ନିଆଁର କରଳା ରୂପରେ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପରେ ଉକ୍ତ ସ୍ଥାନରେ ବରହ୍ମପୁର ଆରଆଇ ଅକ୍ଷୟ ମହାନ୍ତି, ଜିଲ୍ଲାପରିଷଦ ହେମନ୍ତ ପାଢ଼ୀ, ପୂର୍ବତନ ପିଏସ ମେମ୍ବର ମହେଶ୍ୱର ପଲେଇ ଓ ସାମାଜିକ କର୍ମୀ ପ୍ରଦୀପ ମାଝୀ ଘଟଣାସ୍ଥଳରେ ପହଂଚି ଉଭୟ ପରିବାରକୁ ସାହାଯ୍ୟ କରିବାସହ ସାନ୍ତ୍ୱନା ଜଣାଇଛନ୍ତି ।