ଜଟଣୀ – ଚଳିତ ଅକ୍ଟୋବର୍ ୧୪ ତାରିଖ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଜଟଣୀ ପୁସ୍ତକମେଳା । ବିଗତ ୧୦ ବର୍ଷରୁ ଉଦ୍ଧ୍ୱର୍ ଏହି ପୁସ୍ତକମେଳା ଏପ୍ରିଲ୍ ମାସରେ ଆୟୋଜନ ହୋଇ ଆସୁଥିବା ବେଳେ ମହାବାତ୍ୟା ଫନି ଯୋଗୁଁ ଏହାକୁ ଘୁଂଚାଇ ଅକ୍ଟୋବର ମାସରେ କରାଯିବା ପାଇଁ ଆଜି ନିଜସ୍ୱ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅବସରରେ ଆଲୋଚନା ହୋଇଥିଲା । ଅକ୍ଟୋବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଏହି ପୁସ୍ତକମେଳାର ଆୟୋଜନ ହେବ । ସ୍ଥାନୀୟ ଟାଉନ୍ହଲ୍ ସ୍ରଷ୍ଟା ଠାରେ ୧୪ ତାରିଖ ସଂନ୍ଧ୍ୟାରେ ଉଦ୍ଘାଟନ ହେବାର ଆୟୋଜନ ରହିଛି । ଏଥିରେ କଟକ, ପୁରୀ, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ପ୍ରଭୃତିର ୨୫ ରୁ ଉଦ୍ଧ୍ୱର୍ ପ୍ରକାଶନ ସଂସ୍ଥା ପୁସ୍ତକମେଳାରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରନ୍ଧନ ଓ ଝୋଟି ପ୍ରତିଯୋଗିତା ଅନୁÂିତ ହେବ । ଶେଷରେ ଅତିଥିଙ୍କ ଦ୍ୱାରା କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ପୁରସ୍କୃତ କରାଯିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୪ ଜଣ ବ୍ୟକ୍ତି ବିଶେଷଙ୍କୁ ପୁସ୍ତକମେଳା ସମ୍ମାନରେ ସମ୍ମାନୀତ କରାଯିବ । ୭ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାହିତ୍ୟ ଆଲୋଚନା ଚକ୍ରର ବ୍ୟବସ୍ଥା ରହିଛି । ଆଜିର ଏହି ବୈଠକରେ ଅନୁÂାନର କାର୍ଯ୍ୟକାରୀ ସଭାପତି କୁମର ମୋହନ ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ସଦସ୍ୟ ତଥା ଶିକ୍ଷାବିତ୍ ଜବାହାରଲାଲ୍ ସୁବୁଦ୍ଧି, କ୍ଷିରୋଦ୍ ନନ୍ଦ, ଡଃ ଶଶି ରଥ, ଅର୍ନ୍ତଯ୍ୟାମୀ ପ୍ରଧାନ, କିଶୋର ଚନ୍ଦ୍ର ପାଇକରାୟ, ଭବାନୀ ମହାନ୍ତି ଓ ସୁଶାନ୍ତ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Related Stories
December 2, 2024