
ଭଞ୍ଜନଗର – ଆଜି ସ୍ଥାନୀୟ ପ୍ରସିଦ୍ଧ ବେଲେଶ୍ୱର ପୀଠ ରେ ଗୁରୁ ସ୍ବର୍ଗତ ବନମାଳୀ ମିଶ୍ର ଙ୍କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଘୁବୀର ସାଂସ୍କୃତିକ ପରିଷଦ ତରଫରୁ ଗଫୁର ପ୍ରଧାନ, ଅନୁପମ ବାନାର୍ଜୀ, କୃତିବାସ ବିଶ୍ୱାଳ, ସୁରେନ୍ଦ୍ର ନାଥ ଗୌଡ଼ ଓ ତାଙ୍କ 3 ପୁତ୍ର ବିଭୁ ପ୍ରସାଦ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର ଓ ବିରଞ୍ଚି ପ୍ରସାଦ ମିଶ୍ର ଙ୍କ ସମେତ ବହୁ ବୁଦ୍ଧିଜିବି, ପରିବାର ଲୋକେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସ୍ବର୍ଗତ ମିଶ୍ର ଜଣେ ପରୋପକାରି ଏବଂ ଆଦର୍ଶ ଶିକ୍ଷକ ଥିଲେ l ତେଣୁ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜି ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ନିଜକୁ ସମାଜରେ ବେଶ ପ୍ରତିଷ୍ଠିତ କରିପାରିଛନ୍ତି l ତେଣୁ ଏଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କ ସମ୍ମାନ କୁ ବଜାୟ ରଖି ଆମେ ବି କାର୍ଯ୍ୟ କଲେ ନିଶ୍ଚୟ ଜଣେ ଭଲ ମଣିଷ ହୋଇ ଦେଶ ଓ ଜାତିର ଟେକ ରଖିପାରିବା ବୋଲି ଉପସ୍ଥିତ ଜନସାଧାରଣ କହିଥିଲେ l ଏଥିସହ ସମସ୍ତେ ସ୍ବର୍ଗତ ମିଶ୍ର ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ l