
ବାରିପଦା- ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ୯୪ ବର୍ଷ ବୟସରେ ବାରିପଦା ସ୍ଥିତ ବେଲଗଡ଼ିଆ ରାଜପ୍ରସାଦରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ କନ୍ୟା ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୂ । ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେ ।
ବିଜେଡ଼ି ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଜେପି ନେତା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମାତା ଭାରତୀ ରାଜ୍ୟଲକ୍ଷ୍ମୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବାରିପଦା ସହର ତଥା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ରାଜପ୍ରାସାଦକୁ ଯାଇ ରାଜାମାତାଙ୍କ ଶେଷ ଦର୍ଶନ କରିଛନ୍ତି ।
ସେ ୧୯୨୮ ରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ମୟୂରଭଞ୍ଜ ମହାରାଜାଙ୍କ ସହିତ ତାଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO