ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ସମେତ ହିଞ୍ଜିଜିଳିକାଟୁ ମ୍ୟୁନିସିପାଲଟି ଏବଂ ଜିଲ୍ଲାର ୨୩ ଟି ସହରରେ ଗତକାଲି ଠାରୁ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଚାଲିଛି । ଆଜି ଏହା ଦ୍ୱିତୀୟ ଦିନରେ ପହଂଚିଛି । ବ୍ରହ୍ମପୁର ସହରରେ ଶହେଟି ସ୍ୱାସ୍ଥ୍ୟ ଟିମ୍ ଓ ଅନ୍ୟାନ୍ୟ ଅଂଚଳରେ ନିୟୋଜିତ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହି ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚ୍ କରାଯିବା ସହ କାହାର କେଉଁ ରୋଗ ରହିଛି ତାହା ପଚାରୀ ବୁଝୁଛନ୍ତି । ଏହା ସହ ସ୍କ୍ରିନିଂ ଥର୍ମାଲ୍ ଟେଷ୍ଟ ଏବଂ ଅକ୍ସିମିଟର ଦ୍ୱାରା ପରୀକ୍ଷା କରାଯାଉଛି । ଏଥି ସହିତ ଆବଶ୍ୟକ ସ୍ଥଳେ କେତେକଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଉଛି ।
Related Stories
May 4, 2024