-
ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍ ଶାଖା ତରଫରୁ କଲେଜ ପରିସର ମଧ୍ୟରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେଡ୍ କ୍ରସ୍ କାଉନ୍ସିଲର ଅଧ୍ୟାପକ ଲୋକନାଥ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନେ ସାମାଜିକ ଦୂରତ୍ୱ ରକ୍ଷା କରି କଲେଜ ପରିସର ମଧ୍ୟରେ ଗଙ୍ଗ ଶିଉଳୀ, ଜାମୁ, ପିଜୁଳି, ଅର୍ଜୁନ ଓ ବାଦାମ ଆଦି ଗଛ ଲଗାଇ ଥିଲେ । କରୋନା ସମୟରେ ଲକଡାଉନ୍ ଥିବା ଯୋଗୁ ପ୍ରତେକ ବ୍ୟକ୍ତି ନିଜ ବାଡି ବଗିଚାରେ ବିଭିନ୍ନ ଫଳ, ଫୁଲ ଓ ପନିପରିବା ଗଛ ଲଗାଇ ବଞ୍ଚାଇବା ପାଇଁ ଅଧ୍ଯାପକ ମହାନ୍ତି ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟ ଡି.ଇ.ଓ ତଥା ଯୁବ ପରାମର୍ଶଦାତା ସରୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରଭୁ ଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ ତେଣୁ ପ୍ରତେକ ବ୍ୟକ୍ତି ନିଜ ବାଡିରେ ଗଛ ଲଗାଇବା ଅର୍ଥାତ୍ ପ୍ରଭୁ ଜଗନ୍ନାଥ ଙ୍କୁ ନିଜ ପାଖରେ ରଖିବା ସହ ସମାନ ବୋଲି କହି ଥିଲେ “ବୃକ୍ଷ ହିଁ ଜୀବନ” ବୃକ୍ଷର ବିଭିନ୍ନ ଉପକାରିତା ସମ୍ପର୍କରେ ସ୍ଵେଚ୍ଛାସେବୀ ମାନଙ୍କୁ କହି ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ନାୟକ, ଚନ୍ଦନ ବିଶ୍ଵାଳ, ଗୋପାଲ ନାୟକ, ନନ୍ଦନ ବିଶ୍ଵାଳ ଓ ଅଶୋକ ବାରିକ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।
ଗଞ୍ଜାମ
ଜଗନ୍ନାଥପ୍ରସାଦ ରୁ
ଚିତ୍ତରଞ୍ଜନଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO