ନୂଆଦିଲ୍ଲୀ– ମହାମାରୀ କରୋନା ଭାଇରସ ଦିନକୁ ଦିନ ଅଧିକ ଅନିୟନ୍ତ୍ରିତ ହେଉଥିବା ଦେଖାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ପ୍ରାୟ ୯ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଶନିବାର ସକାଳ ସାଢ଼େ ୬ଟାରେ ବିଶ୍ୱରେ ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଏକ କୋଟି ୯ ଲକ୍ଷରୁ ଅଧିିକ ଲୋକ ସଂକ୍ରମିତ ଥିଲେ । ଆଜି ସକାଳ ସାଢ଼େ ୬ଟା ବେଳକୁ ସମଗ୍ର ବିଶ୍ୱରେ ୧ କୋଟି ୧୩ ଲକ୍ଷ ୭୨ ହଜାର ୪ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୨ ହଜାର ୮୬୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସରୁ ୬୪ ଲକ୍ଷ ୩୩ ହଜାର ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଲକ୍ଷ ୫ ହଜାର ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୨୯ ଲକ୍ଷ ୩୫ ହଜାର ୭୭୦ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୩୧୮ରେ ପହଂଚିଛି । ଏଥିରୁ ୧୨ ଲକ୍ଷ ୬୦ ହଜାର ୪୦୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୪୩ ହଜାର ୪୭ ଜଣ । ଆମେରିକା ପରେ କରୋନା ଭାଇରସ ବ୍ରାଜିଲରେ ଉଗ୍ର ରୂପ ନେଇଛି ।