
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଆଜି ଆଷାଢ଼ ଶୁକ୍ଲପକ୍ଷ ତ୍ରୟୋଦଶୀରେ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ନୀତି ସମ୍ପୂର୍ଣ୍ଣ ହୋଇଛି|ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ହୋଇଥିଲା| ସଂନ୍ଧ୍ୟା ଧୂପପରେ ତିନି ରଥରେ ଚାରମାଳ ସଂନ୍ଧ୍ୟା ଚାରିଟା ସମୟରେ ବନ୍ଧା ଯାଇଥିଲା ଏହି ଚାରମାଳ ବାନ୍ଧିବା ପରେ ମହାପ୍ରଭୁ ରଥରୁ ଆସିଥିଲେ |
ପ୍ରଥମେ ଚକ୍ରରାଜ, ପରେ ବଡ଼ଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଶ୍ରୀବତ୍ସଖଣ୍ଡଶାଳକୁ ବିଜେ କଲେ | ମହାପ୍ରଭୁ ସିଂହଦ୍ୱାର ପାଖରେ ପହଞ୍ଚିବା ପରେ କିଛି ସମୟ ପାଇଁ ଦ୍ୱାର ବନ୍ଦ କରାଯାଇଥିଲା |
ମା ମହାଲକ୍ଷ୍ମୀ ଭେଟ ମଣ୍ଡପକୁ ଆସି ଦ୍ୱାର ବନ୍ଦ କରିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ |ଦ୍ୱିତୀୟ ଥର ପାଇଁ ମହାପ୍ରଭୁଙ୍କୁ ଜୟ ବିଜୟ ଦ୍ୱାର ନିକଟରେ ପରମ୍ପରା ଅନୁସାରେ ଭିତରପଟୁ ଦ୍ୱାରବନ୍ଦ କରାଯାଇଥିଲା ଏବଂ ମହାପ୍ରଭୁ ଶେଷରେ ନୀଳ କନ୍ଦରକୁ ବିଜେ କରିଥିଲେ |
ଏ ଵର୍ଷ ଘୋଷଯାତ୍ରା ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇ ଥିବାରୁ ଶ୍ରଦ୍ଧାଳୁ ମାନେ ଖୁସି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO