ବ୍ରହ୍ମପୁର: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁର-୨ ଓ ରଙ୍ଗେଇଲୁଣ୍ଡା ବ୍ଲକ ଏବଂ ବ୍ରହ୍ମପୁର ମୁନ୍ସୀପାଲଟି କର୍ପୋରେସନ ସ୍ତରୀୟ ବିଜ୍ଞାନ ସେମିନର ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ବ୍ଲକର ବିଭିନ୍ନ ସ୍କୁଲର ପ୍ରୟା ପ୍ରଥମ ହୋଇଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼. ସବିତା ରାଣୀ ଦାସ ଏବଂ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତି ପ୍ରଣତି ମହାପାତ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପର୍ଣ୍ଣଗ ଭୁଷଣ ମଝି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମାରୋହରେ ଡ଼. ମହାପାତ୍ର ସେମିନାର ସମ୍ପର୍କରେ ପର୍ଯ୍ୟାସାରଣୀ ଓ ମୌଳିକ ପଦାର୍ଥ ଗୁଡିକର ମନୁଷ୍ୟ ସମାଜ ଉପରେ ପ୍ରସବ ପଢିବା ଉପରେ ପ୍ରତିଯୋଗୀ ମାନଙ୍କୁ ବୁଝାଇଥିଲେ। ଉକ୍ତ ସେମିନାରରେ ସି.ଟି କଲେଜର ପିଜିକସ୍ ଅଧ୍ୟାପକ ହିମାଂଶୁ ଶେଖର ଗୌଡ଼ ଓ ରାସାୟନିକ ବିଜ୍ଞାନ ଅଧ୍ୟାପକ ସୁଦାମ ଚରଣ ବିଷୋୟୀ ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ପ୍ରଥମ ପ୍ରତିଯୋଗୀ ଜ୍ୟୋତିପ୍ରଗ ମାରାଣ୍ଡି, ଦୂତୀୟ ଶ୍ରୀକାନ୍ତ ପାଣିଗ୍ରାହୀ, ତୃତୀୟ ଶ୍ରମନ ଦାସକୁ ଅତିଥିମାନେ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ସର୍ବପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଜୟ କୁମାର ବେହେରା ସ୍ୱାଗତ ଭାଷଣ ଦେଇ ସେମିନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଆଲୋଚନା କରିଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରି ସେମିନାରକୁ ସଫଳ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଚାରୁସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସେମିନର ଜିଲ୍ଲା ଶିକ୍ଷାଧିକାରୀ ସନାନ୍ତନ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ: ପ୍ରଫୁଲ ସାବତ।
Related Stories
November 3, 2024