-
ଚଳିତ ବର୍ଷ ସମସ୍ତ ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରନ୍ତୁ ଏବଂ ଅଧରପଣା ସେବନ କରନ୍ତୁ ନାହିଁ:ପ୍ରିୟଦର୍ଶନ ପଟ୍ଟନାୟକ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୯/୦୬/୨0୨0, ଆଜି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟର କୋଭିଡ ୧୯ ର କଟକଣା ଅନୁସାରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରତି ରଥ ପାଇଁ ୫00 ରୁ ଅଧିକ ସେବାୟତ ସାମିଲ ନ ହେବାପାଇଁ ଅନୁମତି ଥିବାବେଳେ ପ୍ରଶାସନ କାହିଁକି ୫000 ସେବାୟତଙ୍କ କୋଭିଡ ଟେଷ୍ଟ କରାଇଲେ | କାରଣ ପ୍ରଶାସନ ଚାହୁଁନଥିଲେ କି ରଥଯାତ୍ରା ହେଉ ବୋଲି |ସେଥିପାଇଁ ସେ ବାହୁଡ଼ାଯାତ୍ରା ରେ ୫000 ଲୋକ ସାମିଲ କରି ସର୍ବୋଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ଆମେ ମନା କରୁଥିଲୁ କି ରଥଯାତ୍ରା ନ ହେଉ କାରଣ ଅଧିକ ଲୋକ ଏକତ୍ରିତ ହେବେ ହେଲେ ଶେଷରେ ତାହା ହିଁ ହେଲା |
ଏବଂ ସେ ସମସ୍ତ ଭକ୍ତ ମାନଙ୍କୁ ପ୍ରାର୍ଥନା କରିଛନ୍ତି ଯେ ବାହୁଡ଼ାଯାତ୍ରାର ଶେଷ ଦିନ କାଳିଆ ସାଆନ୍ତ ଙ୍କୁ ଗୋଟିଏ ରସଗୋଲା ଭୋଗ ଦେବାପାଇଁ।କୋଭିଡ କଟକଣା ପାଇଁ ସମସ୍ତ ଭକ୍ତମାନଙ୍କ ପାଇଁ କଟକଣା ଥିବାରୁ କାହା ମାଧ୍ୟମରେ ଜଗନ୍ନାଥ ମହାପ୍ରଭୁଙ୍କୁ ଯଦି ଦେଇ ନ ପାରିବେ ତାହା ନିଜ ଘରେ ରହି ପୂଜା କରୁଥିବା ଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପଣ କରିପାରିବେ| ରସଗୋଲା ଭୋଗ କରିବା ଫଳରେ ଲକ୍ଷ୍ମୀ ନାରାୟଣ ଙ୍କର ଭେଟ ହେବ |
ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସମସ୍ତ ସେବାୟତ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏବର୍ଷ କରୋନା ମହାମାରୀ କବଳରୁ ସାରା ବିଶ୍ୱକୁ ରକ୍ଷା କରିବା ପାଇଁ ପ୍ରଥମେ ଜଗନ୍ନାଥ ମହାପ୍ରଭୁ ଙ୍କୁ ଅଧରପଣା ଲାଗୀହେବା ପରେ ସେ ପାତ୍ରକୁ ଅନ୍ୟ ଦେବଦେବୀ ମାନଙ୍କ ପାଇଁ ଭାଙ୍ଗି ଦିଆଯାଏ|ଏହା ପରେ ସମସ୍ତେ ଅଧରପଣା ନିଜ ଘରକୁ ଆଣନ୍ତି |କିନ୍ତୁ ଏବର୍ଷ ସମସ୍ତ ସେବାୟତ ଓ ଭକ୍ତ ମାନଙ୍କୁ ଅନୁରୋଧ କେହି ଏବର୍ଷର ଅଧରପଣା ଘରକୁ ନ ଆଣିବା ପାଇଁ |କାରଣ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଏବର୍ଷର ଅଧରପଣା ମହାପ୍ରଭୁ ଓ ଦେବାବେବି ମାନଙ୍କୁ ଲାଗିଲା ପରେ କରୋନା ମହାମାରୀ କୁ ଶାନ୍ତି କରିବା ପାଇଁ ଦିଆଯାଉ |