
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ (ସ୍ଵୟଂଶାସିତ) ଛାତ୍ର ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆହୁତ କରାଯାଇଥିଲା । ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା |ଦେଶ ସ୍ଵାଧନ ହେବା ପୂର୍ବରୁ ଆମ ରାଜ୍ୟର ବେଶ ଖ୍ୟାତି ସମ୍ପନ୍ନ ଐତିହ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଯାହାକି ନାଲି କୋଠା ନାମରେ ପରିଚିତ । ଆମ ଅବିଭକ୍ତ ପୁରୀଜିଲ୍ଲା ବାସୀଙ୍କର ଗର୍ବ ଓ ଗୌରବ । ଏହି ମହାବିଦ୍ୟାଳୟର ପରିସର ବୃଦ୍ଧି ପାଇଁ ପ୍ରସ୍ତାବ ଥିବା ବେଳେ ମହାବିଦ୍ୟାଳୟର ନାମରେ ୭୮ ବର୍ଷ ଧରି ରହିଥିବା ଜମିକୁ ଛଡାଇ ନିଆଯାଉଛି । ଏହି ଜମିର ପରିମାଣ ଏ୧୧.୩୬ଡି ଜମିକୁ ଚଞ୍ଚକତା କରି ତାହା ମଧ୍ୟରୁ ଏ୯.୫୦ ଡି. ଜମିର ଶିକ୍ଷା ବିଭାଗର ମାଲିକାନାକୁ ହଟାଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ହସ୍ତାନ୍ତର କରାଯିବା ନିମନ୍ତେ ପ୍ରଶାସନର ମସୁଧା ଏବଂ ଏଠାରେ ଥିବା ଏ୯.୫୦ ଡି. ଜମିକୁ ଏକ ପାର୍କ ନିମନ୍ତେ ସହରାଞ୍ଚଳ ବିକାଶ ବିଭାଗକୁ ଦେବା ପାଇଁ ସରକାର ଅଣ୍ଟା ଭିଡୁଛନ୍ତି ।ଏହି ମହାବିଦ୍ୟାଳୟ ଏକକ ମହାବିଦ୍ୟାଳୟ ନିମନ୍ତେ ଦାବୀ ରଖି ଆସୁଥିବା ବେଳେ, ପ୍ରଶାସନର ଏଭଳି କାର୍ଯ୍ୟକୁ ଛାତ୍ରସମାଜ, ବୁଦ୍ଧିଜୀବୀ, ସହରବାସୀ ନିନ୍ଦା କରିବା ସହିତ, ଆଗାମୀ ଦିନରେ ଏହାର ବିରୋଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ସେଥିପାଇଁ ସମସ୍ତ ପୂର୍ବତନ ଛାତ୍ର, ଛାତ୍ରୀ, ଓକିଲ, ବୁଦ୍ଧିଜୀବୀ,ସହରବାସୀ ସମସ୍ତେ ପ୍ରସ୍ତୁତ ।ଏହି ସାମ୍ବାଦିକ ସମ୍ମିଳନୀ ଶରଧାବାଲି ସ୍ଥିତ ରାଣୀସତି ପ୍ରାଙ୍ଗଣରେ ଆବାହକ ସୁକାନ୍ତ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା |ସମ୍ମିଳନୀରେ ଉପସ୍ଥିତ ଥିଲେ ସଭାପତି ପ୍ରେମାନନ୍ଦ ମହାନ୍ତି, ଉପ-ସଭାପତି ରାଜେଶ, ସଂପାଦକ ସଂଗ୍ରାମ କେଶରୀ ପ୍ରମୁଖ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO