
ଦିଗପହଣ୍ଡି: ରାଜ୍ୟ ବାରକାଉନସିଲ ର ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ଙ୍କ ଉପସ୍ଥିତିରେ ସୋମବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ ଭାବେ ଅଶେଷ ନାଥ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଖେମୁଣ୍ଡି ଓକିଲ ସଂଘର ମନୋନୀତ ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥଙ୍କ ଦ୍ଵାରା ସଂଘର ସମ୍ପାଦକ ପଦବୀ ନିମନ୍ତେ ଆଗତ ପ୍ରସ୍ତାବ କୁ ଓକିଲ ସଂଘ ଅନ୍ତରୀଣ କମିଟି ର ଅନ୍ୟତମ ସଦସ୍ୟ ସୁରେଶ ଚନ୍ଦ୍ର ସାହୁ ସମର୍ଥନ କରିଥିଲେ। ନବନିର୍ବାଚିତ ସମ୍ପାଦକ ଅଶେଷ ନାଥ ମିଶ୍ରଙ୍କୁ ସଂଘର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ପରେ ସଂଘର ଅଧ୍ୟକ୍ଷ ଙ୍କ ସଭାପତିତ୍ବରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଆୟୋଜିତ ପୂର୍ଣ୍ଣାଙ୍ଗ ଆଲୋଚନା ସଭାରେ ଏନେଇ ବିଧିବଦ୍ଧ ପ୍ରସ୍ତାବକୁ ଗୃହୀତ କରାଯାଇ ରାଜ୍ୟ ବାରକାଉନସିଲ ର ଅନୁମୋଦନ ନିମନ୍ତେ ପଠାଯିବାକୁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା।କୋଭିଡ – ୧୯ ପରିପ୍ରେକ୍ଷୀରେ ଓକିଲ ସଙ୍ଘ ନିର୍ବାଚନ ବାତିଲ କରାଯିବା ପରେ ରାଜ୍ୟ ବାରକାଉନସିଲ ପଠାଇଥିବା ନୂତନ ଗାଇଡ ଲାଇନ୍ ଅନୁସାରେ ସଂଘର ଅନ୍ତରୀଣ କମିଟି କାର୍ଯ୍ୟକର୍ତ୍ତା କିଏ ହେବ ସେନେଇ ବେଶ୍ କିଛିଦିନ ହେଲା ଚର୍ଚ୍ଚା ଲାଗିରହିଥିଲା।କୌଣସି ଗୋଷ୍ଠିଭୁକ୍ତ ନହୋଇ ସଂଘର ସମସ୍ତ ସଦସ୍ୟଙ୍କ ସହମତି ଭିତ୍ତିରେ ସେ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ସମ୍ପାଦକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସଂଘକୁ ଅଧିକ କ୍ରିୟାଶୀଳ କରାଯିବା ସହ କୋଭିଡ – ୧୯ ଯୋଗୁଁ ବହୁ ସଂଖ୍ୟକ ଓକିଲ ଘୋର ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଛନ୍ତି। ଦୀର୍ଘ ୪ ମାସ ହେଲା କୋର୍ଟ କାର୍ଯ୍ୟ ବନ୍ଦ ରହିବାରୁ ଅନେକ ଓକିଲ ଆର୍ଥିକଦୃଷ୍ଟିକୋଣରୁ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି।
ପଡେ଼ାଶୀ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ସମେତ ଅନ୍ୟାନ୍ୟ ଅନେକ ରାଜ୍ୟ ସରକାର ଓକିଲ ମାନଙ୍କୁ ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଓଡ଼ିଶା ରାଜ୍ୟସରକାର ଏଥିପ୍ରତି ସମୁଚିତ ଦୃଷ୍ଟିଦେଇ ଓକିଲ ମାନଙ୍କ ପାଇଁ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ମଞ୍ଜୁର କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଏକମାସ ପୂର୍ବେ ରାଜ୍ୟ ବାରକାଉନସିଲ ପଠାଇଥିବା ଚିଠି ଅନୁଯାୟୀ ସ୍ଥାନୀୟ ଓକିଲ ସଂଘର ଅଧ୍ୟକ୍ଷ ଏବଂ ସମ୍ପାଦକ ବଛା ଯାଇଥିଲା। ଏହା ବାର କାଉନସିଲ ର ସଂଶୋଧିତ ନିୟମ ପ୍ରକାରେ ହୋଇନାହିଁ ବୋଲି ତ୍ରୁଟି ଦର୍ଶାଇ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ରାଜ୍ୟ ବାର କାଉନସିଲ ର ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ ନିୟମାବଳୀ ଅନୁଯାୟୀ ବାରକାଉନସିଲ ଏନେଇ ଚିଠି କରିବାପରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ଓ ଦୁଇ ଜଣ ସଭ୍ୟ ଙ୍କୁ ଚୟନ କରାଯାଇ ବାରକାଉନସିଲ ର ଅନୁମୋଦନ ନିମନ୍ତେ ପଠାଯାଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO