
ନୂଆଦିଲ୍ଲୀ – ମାରାତ୍ମକ କରୋନା ଭାଇରସ ଲାଗି ବିଶ୍ୱରେ ୯୮ ଲକ୍ଷ ୯୮ ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି । ଶନିବାର ସକାଳ ସାଢ଼େ ୬ଟା ବେଳକୁ ବିଶ୍ୱରେ ୪ ଲକ୍ଷ ୯୬ ହଜାର ଲୋକ ଜୀବନ ହରାଇ ସାରିଛନ୍ତି । କିନ୍ତୁ ଖୁସିର କଥା ହେଲା ଯେ, ଏଯାଏଁ ଏହି ଭାଇରସରୁ ୫୩ ଲକ୍ଷ ୫୨ ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ୪୦ ଲକ୍ଷ ୪୯ ହଜାର ୭୬୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୬୪୩ ଜଣ ଗୁରୁତର ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ୨୫ ଲକ୍ଷ ୫୨ ହଜାର ୮୪୫ ଜଣଙ୍କୁ ସଂକ୍ରମିତ କରିଛି । ସେହିଭଳି ୧ ଲକ୍ଷ ୨୭ ହଜାର ୬୪୦ ଜଣଙ୍କର ଜୀବନ ନେଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୦ ଲକ୍ଷ ୬୭ ହଜାର ୬୪୬ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷ ୫୭ ହଜାର ୫୫୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ମୋଟ ୧୫ ହଜାର ୭୬୫ ଜଣ ଗୁରୁତର ଅଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO