![](https://indokalingtimes.com/wp-content/uploads/2020/06/ikt.jpeg)
ବ୍ରହ୍ମପୁର: ଗଞ୍ଜାମ ପୋଲିସ ଅଧିନ କାର୍ଯ୍ୟ କରୁଥିବା ୨ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି । ଏମାନେ ହେଲେ ଛତ୍ରପୁର ଏସ୍ଡିପିଓ ଓ ଥାନା ଅଧିକାରୀ । ଉଭୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୩ତାରିଖରେ ଉଭୟ ଅଧିକାରୀ କରୋନା ପଜିଟିଭ ହୋଇଥିବା ସମ୍ପର୍କରେ ଏସ୍ପି ଟୁଇଟ୍କରି ସୂଚନା ଦେଇଥିଲେ ।
ସାନିଟାଇଜ୍ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବରିଷ୍ଠ ଅଫିସ୍ରମାନେ ମଧ୍ୟ ସଂକ୍ରମିତ ହେଲେଣି । ୧୦ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧରଣଙ୍କୁ ମନା ରହିଛି । ସମସ୍ତ ସରକାରୀ ଅଫିସ୍କୁ ସାନିଟାଇଜ୍ କରାଯିବାକୁ ଥିବାବେଳେ ଗୁରୁବାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପ୍ରକୋଷ୍ଠକୁ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ସାନିଟାଇଜ୍ କରାଯାଇଛି ।