ନୂଆଦିଲ୍ଲୀ– କରୋନା କାରଣରୁ ସମଗ୍ର ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୪ ଲକ୍ଷ ୭୯ ହଜାର ୭୭୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ହୋଇଛନ୍ତି ୯୩ ଲକ୍ଷ ୫୨ ହଜାର ୬୪୫ ଜଣ । ଏପର୍ଯ୍ୟନ୍ତ ୫୦ ଲକ୍ଷ ୪୧ ହଜାର ୧୩୭ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୩୮ ଲକ୍ଷ ୩୧ ହଜାର ୭୩୧ ଜଣ ରୋଗୀ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୯୧୧ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଯୁକ୍ତରାଷ୍ଟ୍ର ଆମେରିକାବାସୀଙ୍କୁ କରୋନା ଭାଇରସ ଅଧିକ କଲବଲ କରୁଛି । ଏହି ଦେଶରେ ୨୪ ଲକ୍ଷ ୨୪ ହଜାର ୧୬୮ ଜଣ ଲୋକ କରେନା ଭାଇରସ ଯୋଗୁଁ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୩ ହଜାର ୪୭୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୧୦ ଲକ୍ଷ ୨୦ ହଜାର ୩୮୧ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଆହୁରି ୧୨ ଲକ୍ଷ ୮୦ ହଜାର ୩୧୪ ଜଣ ସକ୍ରିୟ ଥିବା ବେଳେ ୧୬ ହଜାର ୫୦୭ ଜଣ ଗୁରୁତର ଅଛନ୍ତି ।