ବାଲେଶ୍ୱର ବିଜୁ ଜନତାଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଏବଂ ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ମହାସଚିବ କୁଶାଲ ଚାଟାର୍ଜୀ ଏହାକୁ ପରିଚାଳନା କରିଥିଲେ। ଏହି ଶିବିରରେ ମୋଟ ୭୪ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲ ସେନ ଜଗଦ୍ଦେବ, ବାଲେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତ, ଜିଲ୍ଲା ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିସିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି, ରାହୁଲ କୁମାର ନାୟକ, ଚନ୍ଦ୍ରଭାନୁ ପଟ୍ଟନାୟକ, ସବ୍ୟସାଚୀ ପୃଷ୍ଟି, ସାଜିଦ କାଦ୍ରୀ, ତନବୀର କାଦ୍ରୀ, ଇବ୍ରାର ହୁସେନ, ଜଗତ ଜୀବନ ମହାନ୍ତି, ବୋଲାୟତ କାଦ୍ରୀ, ଜ୍ୟାକବ ସିଂ, ସୁତନୁ ସୁମନ ପାତ୍ର, ସାଗର ବାରିକ, ପ୍ରତ୍ୟୁଷ ଭୋଇ, ଅଙ୍କିତ ବେହେରା, ସନ୍ଦୀପ ରାଉତ, ମୋନାଲିସା ମହାନ୍ତି, ଅମିତ କୁମାର ମହାନ୍ତି, ଅମର ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ଵିଶାଲ ପାତ୍ର, ଦେବାଶିଷ ଜେନା, ମହେଶ ପାଣିଗ୍ରାହୀ, ରୂପମ ରାଉତ, ରଞ୍ଜନ ସାହୁ, ଦେବୀଦତ୍ତ ପରିଡ଼ା, ସତ୍ୟ ସାହିଲ ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶହୀଦମାନଙ୍କ ସ୍ମୃତିରେ ଆଗାମୀ ଦିନ ମାନଙ୍କରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏହିଭଳି ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେବ ବୋଲି ବିସିଜେଡି ସଭାପତିଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।