● ପ୍ରତିବର୍ଷ ଜଣେ ଯୁବ କଥାଶିଳ୍ପୀଙ୍କୁ ଦିଆଯାଏ କନହେଇଲାଲ ଦାସଙ୍କ ସ୍ମୃତି ପୁରସ୍କାର

ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଆଜି ପୂର୍ବାହ୍ନ ୧୦ଟା ସମୟରେ କନହେଇଲାଲ ସ୍ମୃତି ସଂସଦ ବାଲେଶ୍ଵର ପକ୍ଷରୁ ଅନ-ଲାଇନ୍ ଭିସି ମାଧ୍ୟମରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦର ଆବାହକ କବି ଶ୍ରୀଦେବ ଏଥିରେ ପ୍ରାରମ୍ଭିକ ସୂଚନା ଦେବା ସହ ଚଳିତ ବର୍ଷ କନହେଇ କଥା ପୁରସ୍କାର ପ୍ରଦାନ ଉତ୍ସବ ତଥା ପ୍ରଚଣ୍ଡ ପ୍ରତିଭାଦୀପ୍ତ କଥାକାର ସ୍ଵର୍ଗତ କନହେଇଲାଲ ଦାସଙ୍କ ସ୍ମୃତି ସମାରୋହ ସମ୍ପର୍କରେ ଆଲୋଚନା ପାଇଁ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର ଏହି ବୈଠକରେ ସଭାପତିତ୍ୱ କରି ଚଳିତ ବର୍ଷ କରୋନା କାରଣରୁ ସମଗ୍ର ରାଜ୍ୟରେ ସଭାସମିତି ଉପରେ ସରକାରୀ କଟକଣା ବଳବତ୍ତର ଥିବାରୁ ବାଲେଶ୍ଵରରେ ହେବାକୁଥିବା ଷଷ୍ଠ କନହେଇ ଉତ୍ସବ ଆସନ୍ତା ବର୍ଷକୁ ସ୍ଥଗିତ ରଖାଯିବା କଥା ଘୋଷଣା କରିଥିଲେ।
ଏହାକୁ ଅନଲାଇନ ଭିସି(ଭିଡିଓ କନଫରେନସିଂ)ରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ସମ୍ମତି ପ୍ରଦାନ କରିଥିଲେ। ଆସନ୍ତା ବର୍ଷ ୨୦୨୦ ଓ ୨୦୨୧ ବର୍ଷ ପାଇଁ କନହେଇ କଥା ପୁରସ୍କାର ଚୟନ କରାଯାଇ ପୁରସ୍କୃତ ପ୍ରତିଭା ଦ୍ଵୟଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ ବୋଲି ଏହି ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ୫୦ ବର୍ଷ ବୟସର ଜଣେ ଓଡ଼ିଆ ଯୁବ କଥାଶିଳ୍ପୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ୨୦୧୫ରେ ଚିରଶ୍ରୀ ଇନ୍ଦ୍ରସିଂ, ୨୦୧୬ରେ ଆଦିତେଶ୍ଵର ମିଶ୍ର, ୨୦୧୭ରେ ମୋନାଲିସା ଜେନା, ୨୦୧୮ରେ ହିରଣ୍ମୟୀ ମିଶ୍ର ଏବଂ ୨୦୧୯ରେ ଅମରେଶ ବିଶ୍ଵାଳ ଏ ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଆଜିର ଏହି ଅନଲାଇନ ବୈଠକକୁ ସଂସଦର ଉପସଭାପତି କୃଷ୍ଣ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଏଥିରେ ସଂପାଦକ ଉତ୍ପଳ ମହାନ୍ତି, ରଞ୍ଜନ ବାଗ୍, ରାଜେଶ ଗିରି, ଅନ୍ୟତମ ଆବାହକ ଗୌତମବୁଦ୍ଧ ଦାସ ଯୋଡି ହୋଇଥିଲେ। ଶେଷରେ ରାଜେଶ ଗିରି ଧନ୍ୟବାଦ ଜଣାଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO