-
ଉଦଘାଟନ କଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

ଆଜି ସ୍ଥାନୀୟ ଦରଘା ପଡ଼ିଆ ଠାରେ ଦରଘା ମଇଦାନ କ୍ରିକେଟ କ୍ଲବ ପକ୍ଷରୁ ଟି-ଟେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଆଲୋକ ସାହୁ, ବିଶିଷ୍ଟ ସମାଜସେବୀ ସଲିମ ରାଜା,ପୂର୍ବତନ କାଉନସିଲର ସାକିର ଖାନ୍, ଯୁବନେତା ଭାଗବତ ସାହୁ, ସେଖ୍ ରାଜୁ, ସେଖ୍ ଆୟୁବ୍, ଇନ୍ତେଖାବ୍ ଅଲ୍ଲୀ ଖାଁ, ସେଖ୍ ବାବଲୁ, ସେଖ୍ ଲାଲା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

୧୦ ଓଭର୍ ବିଶିଷ୍ଟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ମ୍ୟାଚ୍ ହବିବି କ୍ରିକେଟ୍ ଟିମ୍ ଏବଂ ବିଜଲି କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୧୦ ଓଭରରେ ବିଜଲି କ୍ଲବ୍ ଏକ ୱିକେଟ୍ ବିନିମୟରେ ୧୪୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୯.୫ ଓଭରରେ ହବିବି କ୍ଲବ୍ ୭ ୱିକେଟ୍ ବିନିମୟରେ ୧୪୮ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ସଭାପତି ସେଖ୍ ନିୟାଜୁ , ସମ୍ପାଦକ ସେଖ୍ ଡକ୍ଟର, ସେଖ୍ ବାପୁ, ସେଖ୍ ହମିଦ, ସେଖ୍ ଇର୍ସାଦ୍, ସେଖ୍ ଜବୁ, ସେଖ୍ ନିଜାମୁଦ୍ଦିନ, ସେଖ୍ ସାହିଲ, ସେଖ ନନ, ସେଖ୍ ବାପୁ , ସେଖ ସରଫରାଜ୍, ସୁକ୍ଲା, ବାଡ଼ା ବାବୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO