
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଆଜି ଅପରାହ୍ନରେ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବି ସେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାର ରୀତି ନିତି ନିର୍ବିଘ୍ନରେ ସଂପନ୍ନ ହେବା ପାଇଁ ଶ୍ରୀମନ୍ଦିର ପ୍ରମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରାର୍ଥନା କରିଥିଲେ ।ପ୍ରଥମେ ଶ୍ରୀଜୀଉଙ୍କ ଅଖଣ୍ଡ ମେକାପ ସେବକ ଦାମୋଦର ମହାନ୍ତି ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ନିକଟରେ ଦୀପ ନୈବେଦ୍ୟ ଅର୍ପଣ ପରେ ପୁରୀ ସହରର ଭକ୍ତ ସାଧାରଣ ଜନତାଙ୍କ ତରଫରୁ ପତିତପାବନଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ପୂଜାପଣ୍ଡା ସାମନ୍ତ ଶ୍ରୀରାମନାରାୟଣ ପୂଜାପଣ୍ଡାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ନିର୍ବିଘ୍ନରେ ସଂପନ୍ନ ହେବା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା । ପୂଜ୍ୟ ଗୁରୁଜୀ, ଆଦ୍ୟ ସେବକ ଗଜପତି ମହାରାଜା, ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ସମସ୍ତ ମହାନୁଭବଙ୍କ ଶ୍ରୀକଣ୍ଠରେ ମା ସରସ୍ଵତୀ ବିରାଜମାନ କରନ୍ତୁ ।ମାନବ୍ୟର ସବୋର୍ଚ୍ଚ ନ୍ୟାୟାଳୟଙ୍କୁ ଶୁଣାଣି ସକରାତ୍ମକ ହେଉ, କଟକଣାଯୁକ୍ତ ରଥଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡୁ ବୋଲି ବିନୀତ ପ୍ରାର୍ଥନା କରିଥିଲେ ଉପସ୍ଥିତ ଭକ୍ତବୃନ୍ଦ ।
ମିଳିତଭାବେ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନର ଶରତ ଜୟସିଂ, ଶ୍ରୀଜଗନ୍ନାଥ ଭକ୍ତସେବା ସଂସ୍ଥାର ଗୋବିନ୍ଦ ପ୍ରସାଦ ମହାନ୍ତି, ଭାରତ ବିକାଶ ପରିଷଦର ରାଷ୍ଟ୍ରିୟ ସଂପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପୁରୀ ସେବା ସମିତିର ସହ ସଂପାଦକ ସୌମେନ୍ଦ୍ର ଦାସ, ସ୍ୱଦେଶୀ
ଜାଗରଣ ମଞ୍ଚର ସଚିନନ୍ଦନ ଦାଶ, ଦିବ୍ୟ ଜୀବନ ସଂଘର ଗୁରୁ ପ୍ରସାଦ ସରସ୍ବତୀ, ରମେଶ ପଞ୍ଚ, ଦେବାଶିଷ ମିଶ୍ର, ଶ୍ରୀଜଗନ୍ନାଥ ପ୍ରଗ୍ଧର ସମିତିର ବାମଦେବ ନାୟକ, ସଂସ୍କାର
ଭାରତୀର ବିକାଶ ଦତ୍ତ, ପ୍ରଭୁଦତ୍ତ ମିଶ୍ର, ସଂଜୟ କୁମାର ମହାନ୍ତି, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ କେଦାରନାଥ ପତି, ଲାଲା ଅନନ୍ତ ସିଂ ପ୍ରମୁଖ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ବିନୀତ ପ୍ରାର୍ଥନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO