
ବେଲଗୁଣ୍ଠI, କରୋନା ଏବଂ ଲକ୍ ଡ଼ାଉନ୍ ଯୋଗୁଁ ପ୍ରବାସରେ ଜୀବିକା ହରାଇ ଗ୍ରାମକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଏବଂ ସଚେତନତା ପାଇଁ ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଖୁବ୍ ଯତ୍ନବାନ୍ ହୋଇ ଉଠିଛନ୍ତି I ସୁସ୍ଥ ଶରୀର ଏବଂ ସୁସ୍ଥ ମନ ପାଇଁ ଯୋଗ ଏବଂ ପ୍ରାଣାୟମ ଜରୁରୀ ଥିବାବେଳେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସଙ୍ଗରୋଧ କେନ୍ଦ୍ର ଅଧୀକ୍ଷୀକା ସସ୍ମିତା ରାଣୀ ଦାସ ପ୍ରମୁଖ ଯୋଗଦେଇ ପ୍ରବାସୀଙ୍କୁ ଯୋଗର ମହତ୍ତ୍ଵ ବୁଝାଇଥିଲେ I
ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁର୍ଗା ମାଧବ ଶତପଥୀ ଏବଂ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରକାଶ ଚନ୍ଦ୍ର ଗୌଡଙ୍କ ସଂଯୋଜନାରେ ଅନ୍ତେବାସୀମାନେ ଉତ୍ସାହର ସହ ଯୋଗ ଏବଂ ଆସନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶିବରାମ ମହାନ୍ତି , ନାରାୟଣ ସାହୁ, ସ୍ଵେଚ୍ଛାସେବୀ ଶ୍ୟାମ ସୁନ୍ଦର ବିଷୋୟୀ, ଖଦାଳ ବିଷୋୟୀ, କାଳୁ ଚରଣ ପ୍ରଧାନ, ମିଥୁନ ନାଇକ, ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଏବଂ ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀମାନେ ସହଯୋଗ କରିଥିବାବେଳେ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO