
ବ୍ରହ୍ମପୁର: ଷଷ୍ଠତମ ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ଅବସରରେ ବିଜେପି ପରିବାର ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାଶରେ ସାରା ବିଶ୍ୱ ଭାରତୀୟ ସଂସ୍କୃତିର ଯୋଗ ପଦ୍ଧତିକୁ ଗ୍ରହଣ କରିବା ସହ ଯୋଗ ମାଧ୍ୟମରେ ସୁସ୍ଥ ଜୀବନ ଅତିବାହିତ କରିବାର ଧାରାରେ ଅଗ୍ରସର ହେଉଛି । ବିଶ୍ୱର ୧୮୬ଟି ଦେଶରେ ଏହି ଭାରତୀୟ ପରମ୍ପରାକୁ ଗ୍ରହଣକରି ଆଜିର ଦିନକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ନେତୃତ୍ୱରେ ଯୋଗ ଦିବସକୁ ପାଳନ କରାଯାଇଥିଲା । ଏହି ଯୋଗ ଶିବିରରେ ଜିଲ୍ଲାର ପ୍ରଭାତ କିରଣ ଷଢ଼ଙ୍ଗୀ, ସୁନୀଲ କୁମାର ସାହୁ, ମଦନ ମୋହନ ପାତ୍ର, ଏନ୍.ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ସୁନୀଲ ପାତ୍ର, ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ପାଳନ କରାଯାଇ ଏହି ଯୋଗ ଶିବିର ବିଜେପି ପରିବାରରେ ଅନୁଷ୍ଠିତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO