ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୧୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୭୯ ଜଣଙ୍କ ମଧ୍ୟରୁ ୧୫୦ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଲୋକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୫ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ବ୍ୟତୀତ ପଶ୍ଚିମ ବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୧୮ ଜଣ ଜବାନ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ସବୁଠାରୁ ଅଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧା ଜିଲ୍ଲାରୁ ୨୭ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତି ।
ମୟୁରଭଂଜ ଜିଲ୍ଲାରୁ ୧୦ ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡାରୁ ୫- ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୪ ଜଣ , ଯାଜପୁର ଜିଲ୍ଲାରୁ ୩ ଜଣ, ବରଗଡ ଓ ମାଲକାନଗିରିରୁ ୨-୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁର ଓ ଦେବଗଡରୁ ଜଣେ – ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପଶ୍ଚିମ ବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୧୮ ଜଣ ଜବାନ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।