କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଚୀନ ସେନାଙ୍କ ସହିତ ଲଢେ଼ଇ କରି ଭାରତ-ଚୀନ ସୀମା ରେ ଶହୀଦ ହୋଇଥିବା ତଥା ରାଷ୍ଟ୍ର ପାଇଁ ନିଜ ଜୀବନକୁ ସମର୍ପଣ କରିଥିବା ଭାରତ ମାତାର ସୁଯୋଗ୍ୟତମ ବୀରସନ୍ତାନ ମାନଙ୍କ ଉଦ୍ଧେଶ୍ୟରେ “ସାହିଭାଇ” ଅନୁଷ୍ଠାନ ପୁରୀ ତରଫରୁ ଉପସ୍ଥିତ ସଂପାଦକ ଚନ୍ଦ୍ର ଶେଖର ମିଶ୍ର, କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା ଏବଂ ସଦସ୍ୟ ମାନସ ଦାଶ, ସୁରେଶ କର, ସତ୍ୟ ନାରାୟଣ ପ୍ରଧାନ, ତନ୍ମୟ ଚାଟାର୍ଜୀ, ସନ୍ତୋଷ ଶେଖର ମହାନ୍ତି, ବିଶ୍ୱଜିତ ମହାନ୍ତି, ବିପିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଆଜି ଅପରାହ୍ନ ୫ଟା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦୀପଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଛି ।