
ପ୍ରତିବର୍ଷ ରଜ ସମୟରେ ଭଞ୍ଜନଗରର ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ବେଲେଶ୍ୱର ପୀଠ ଚଳ ଚଞ୍ଚଳ ହୋଇଉଠେ।ହେଲେ ଚଳିତ ବର୍ଷ ଲକ ଡାଉନ କାରଣରୁ ଏହି ପାର୍କ ଓ ମନ୍ଦିରକୁ ପ୍ରଶାସନ ତରଫରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯାହାଫଳରେ ପାର୍କ ରେ ଦୋଳି ଓ ଅନ୍ୟାନ୍ୟ ଖେଳ ଖେଳିବାକୁ ଏବଂ ବୁଲିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏବେ ତାହା ଦେଖିବାକୁ ମିଳୁନାହିଁ।ବିଶେଷ କରି ରଜ ସମୟରେ ଏହି ୩ଦିନ ସ୍ଥାନୀୟ ଜନସଧାରଣ ଓ ବହୁ ଦୂର ଦୁରାନ୍ତରୁ ଲୋକ ମାନେ ପରିବାର ସହ ଏଠାକୁ ଆସି ଭଞ୍ଜନଗର ଜଳ ଭଣ୍ଡାର, ବିଜୁ ପଟ୍ଟନାୟକ ପାର୍କ,ବେଲେଶ୍ୱର ପୀଠ ଓ ସିରିଡି ସାଇ ମନ୍ଦିର ବୁଲିବାର ମଜା ନେଇଥାନ୍ତି।ସରକାରୀ କଟକଣା ଯୋଗୁଁ ଏହିବର୍ଷ ରଜ ପର୍ବ ଫିକା ପଡିଥିବା ବେଳେ ଲୋକ ମାନେ ଘରେ ନିରାଡ଼ମ୍ବର ଭାବେ ରଜ ପାଳନ କରୁଥିବା ଦେଖିବାକୁ ମିଳିଛି।
ଭଞ୍ଜନଗର ରୁ ଜେ.କେ ପଟ୍ଟନାୟକଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO