
ନୂଆଦିଲ୍ଲୀ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ରାଜଧାନୀରେ କୋଭିଡ-୧୯ର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ଆଜି ଉପ-ରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବୈଠକ କରିବେ । ଏହା ପୂର୍ବରୁ ଦିଲ୍ଲୀ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏକ ଆଦେଶନାମା ଜାରି କରିବା ସହ ୧୦ରୁ ୪୯ ଶଯ୍ୟା ଥିବା ସବୁ ନର୍ସିଂହେମକୁ କୋଭିଡ ନର୍ସିଂହୋମ ଘୋଷଣା କରିଦେଇଛନ୍ତି । ରାଜ୍ୟ ସରକାର କହିଛନ୍ତି, ତିନି ଦିନ ଭିତରେ କରୋନା ରୋଗୀଙ୍କ ଲାଗି ଶଯ୍ୟା ପ୍ରସ୍ତୁତ କରିବାକୁ ହେବ । ଅଥଚ ସଂପୃକ୍ତ ସଂସ୍ଥାକୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ । ଅନ୍ୟପକ୍ଷରେ ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଆଦେଶ ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀରେ ଶନିବାର ୨୦୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ତାମିନଲନାଡୁ ପରେ ଦେଶରେ କରୋନାର ସର୍ବାଧିକ ପଜିଟିଭ ଦିଲ୍ଲୀରେ । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଶନିବାର ରାଜଧାନୀରେ ୨୧୧୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୩୮ ହଜାର ୯୫୮ରେ ପହଞ୍ଚିଛି । ଏଥିରୁ ଏବେବି ୨୨ ହଜାର ୭୪୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଖୁସିର କଥା ହେଲା ଯେ, ୧୪ ହଜାର ୯୪୫ ଜଣ ମହାମାରୀରୁ ମୁକ୍ତି ପାଇଛନ୍ତି । ମୋଟ ୧୨୭୧ ଜଣଙ୍କର ମ୍ୟତ୍ୟୁ ହୋଇଛି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଦିନ ୧୧ଟାରେ ହେବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଏମ୍ସର ନିର୍ଦ୍ଦେଶକ, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରାଧିକରଣର ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶନିବାର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଦିଲ୍ଲୀର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO