
କୋରେଇ – କୋରାଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ଏକ ଟ୍ରକ ପଛରେ ଭାରସାମ୍ୟ ହରାଇ ଏକ ବାଇକ ଧକ୍କା ଦେବା ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ଚାଳକକୁ ପାଣିକୋଇଲିରେ ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଆହତ ବାଇକ ଆରୋହୀ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର କ୍ôଷରୋ ଗ୍ରାମର ଧରଣୀଧର ନାୟକଙ୍କ ପୁଅ ରାଧାକାନ୍ତ(୩୧) ବୋଲି ଜଣାପଡିଛି । ଯାଜପୁରରୋଡରୁ ଘରକୁ ବୁଧବାର ରାତ୍ରୀରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।