
ବେଲଗୁଣ୍ଠା-କୋରୋନା କଟକଣା ଜାରି ରହିଥିବାରୁ ବହୁ ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି ।ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ରକ୍ତ ଅଭାବ ପୁରଣ କରିବା ପାଇଁ ଅଣ୍ଟା ଭିଡିଛି ଭଞ୍ଜନଗର ଉପଖଣ୍ଡ ପୋଲିସ ଓ ବେଲଗୁଣ୍ଠା ପ୍ରେସ୍ କ୍ଳବ ।ଏହି କ୍ରମରେ ଗତ ୨୩ ତାରିଖ ଦିନ ବେଲଗୁଣ୍ଠା ଫାଣ୍ଡି ପୋଲିସ ଓ ପ୍ରେସ୍ କ୍ଳବର ମିଳିତ ଆନୁକୂଲ୍ୟରେ ୪୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।ଆଜି ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗାଙ୍ଗପୁର ପୋଲିସ-ସମ୍ବାଦ ଆମଓଡିଶା ଓ ବେଲଗୁଣ୍ଠା ପ୍ରେସ୍ କ୍ଳବ ମିଳିତ ଆନୁକୂଲ୍ୟରେ ହୋଇଥିବା ରକ୍ତଦାନ ଶିବିରରେ କରୋନା ଯୋଦ୍ଧା ତଥା ପାଞ୍ଚ ଜଣ ପୋଲିସ କର୍ମଚାରୀ, ବେଲଗୁଣ୍ଠା ପ୍ରେସ୍ କ୍ଳବର ପାଞ୍ଚ ଜଣ ସାମ୍ବାଦିକ ଓ ଗାଙ୍ଗପୁର ଶତପୁଷ୍ପ ଯୁବକ ସଂଘର ୮ ଜଣଙ୍କ ସମେତ ୨୪ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଉକ୍ତ ଶିବିରରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଉଦ୍ଘାଟକ ଓ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୁପେ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ, ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବିଶ୍ୱଭାରତୀ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକ,ବିଶିଷ୍ଟ ସମାଜସେବୀ ଶୁଳପାଣୀ ଶତପଥୀ, ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ,ବେଲଗୁଣ୍ଠା ମେଡିକାଲ ଅଫିସର ଡାଃ ବାଲୁଙ୍କେଶ୍ୱର ଷଢଙ୍ଗୀ,ଶିକ୍ଷାବିତ ରାମକୃଷ୍ଣ ପାତ୍ର, ପ୍ରେସ୍ କ୍ଳବ ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, ନିତିଦୀନ ବ୍ରହ୍ମପୁର ବିଜ୍ଞାପନ ମୁଖ୍ୟ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ଉପଜିଲ୍ଲାପାଳ ଓ ଏସ୍.ଡି.ପି.ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ଏସ୍.ଆଇ ପ୍ରମୋଦ କୁମାର ବେହେରା,ପ୍ରେସ୍ କ୍ଳବର ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଓ ସୁଶାନ୍ତ ବିଷୋୟୀ ପ୍ରଭାତ କୁମାର ସାହୁ, ଚନ୍ଦନ କୁମାର ସାହୁ,ରାଜେଶ କୁମାର ପଣ୍ଡା, ସୁରେଶ ସୁବୁଦ୍ଧି,ବାଳକୃଷ୍ଣ ପାତ୍ର,ଶିବରାମ ଚୌଧୁରୀ, ବିଭୁପାଦ ଜେନା, ଅକ୍ଷୟ ଶତପଥୀ,ସତ୍ୟନାରାୟଣ ଶିଅ,ପ୍ରାଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ ଓ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଶିକ୍ଷକ ଶିଶିର ସ୍ୱାଇଁ,ପଦ୍ମଚରଣ ନାୟକ,ରାମେଶ୍ୱର ପାତ୍ର,ବିଚିତ୍ର ଓ ଚନ୍ଦ୍ରଶେଖର ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଥାନାଧିକାରୀ ଧିରେଶ କୁମାର ଦାସ ଓ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ ।ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ତ୍ରିପାଠୀ,ବିପିନ କୁମାର ପାଣିଗ୍ରାହୀ,ସିମାଞ୍ଚଳ ସେଠୀ, ଗଣେଶ ନାୟକ ଓ ପ୍ରମୋଦ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO