-
ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ୧୫୪ ପରିବାରକୁ ବଣ୍ଟା ଗଲା ଶୁଖିଲା ଖାଦ୍ୟ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସାରା ଦେଶରେ ଲକ୍ ଡାଉନ୍ ଅଦ୍ୟାବଧି ଚାଲୁ ରହିଥିବା ବେଳେ ଅଂଫାନ୍ ଭଳି ବାତ୍ୟା ଆସି ଲୋକମାନଙ୍କର ଜୀବନ ଜୀବିକାକୁ ଏକପ୍ରକାର ନଷ୍ଟବିନଷ୍ଟ କରିଦେଇଛି। ବିଶେଷକରି ବସ୍ତି ଅଞ୍ଚଳର ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଲକ୍ ଡାଉନ୍ ମଧ୍ୟ ଗରିବ ଲୋକଙ୍କ ଜୀବନଯାତ୍ରାକୁ ଏକ ପ୍ରକାର ଠପ୍ କରିଦେଇଛି। ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲଯବା ବେଳେ ଲକ୍ ଡାଉନ୍ ଆରମ୍ଭ ହେବା ଠାରୁ ଏବେ ଯାଏ ବିଜୁ ଛାତ୍ର ଜନତା ଦଳ ସର୍ବଦା ଚେଷ୍ଟିତ ରହି ଆସିଛି ଦୁସ୍ଥ, ନିଃସହାୟ ଲୋକଙ୍କ ପାଖରେ ପହଞ୍ଚି ସହାୟତା କରିବାକୁ। ବହୁ ବାର ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର୍, ସାବୁନ ଇତ୍ୟାଦି ସମାଜର ବିଭିନ୍ନ ବର୍ଗର ପ୍ରଭାବିତ ଲୋକଙ୍କୁ ବଣ୍ଟନ କରି ଆସିଛି।
ଆଜି ପୁଣି ଥରେ ବାଲେଶ୍ୱର ସହରରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱ ତଥା ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତଙ୍କ ଉପସ୍ଥିତିରେ ମହାସଚିବ କୁଶାଲ ଚାଟାର୍ଜୀ ଓ ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ଆଜି ପୂର୍ବାହ୍ନରେ ସହରର ରିକ୍ସା ଚାଳକ ଓ ଅଂଫାନ୍ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ୭୦ ପରିବାରକୁ ଚାଉଳ, ଡାଲି, ଆଳୁ, ପିଆଜ, ମସଲା, ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଛି। ସେହିପରି ଅପରାହ୍ନରେ ବସଷ୍ଟାଣ୍ଡ ଓ ରେଳଷ୍ଟେସନର ହକରମାନଙ୍କୁ ମିଶାଇ ୮୪ ପରିବାରକୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଜେନା, କିରଣ ନାଥ, ସୁଶୀଲ ପଣ୍ଡା, ସଂଜୀବ ବିଶ୍ୱାଳ, ସାଜିଦ କାଦ୍ରୀ, ଶିବ ଶଙ୍କର ଦାସ, ରାହୁଲ ନାୟକ, ଚିନ୍ମୟ ମହାନ୍ତି, ସବ୍ୟସାଚୀ ପୃଷ୍ଟି,, ସୁରଜ ସାହୁ, ଜୀବନ ସଂଗ୍ରାମ ମିଶ୍ର, ଜ୍ୟାକବ ସିଂ, ତନବୀର କାଦ୍ରୀ ପ୍ରମୁଖ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO