ନୂଆଦିଲ୍ଲୀ – ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଦେଶର ଯେକୌଣସି ଜିଲ୍ଲାକୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳବାଇ ପ୍ରସ୍ତୁତ ଅଛି । କାରଣ ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟଗୁଡ଼ିକରେ ଅଟକି ରହିଯାଇଛନ୍ତି । ଏଥି ପାଇଁ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ପ୍ରବାସୀ ଶ୍ରମିକମାନଙ୍କର ତାଲିକା ଓ ସେମାନଙ୍କର ଗନ୍ତବ୍ୟସ୍ଥଳ ସଂପର୍କରେ ନିଜର ରାଜ୍ୟର ନୋଡାଲ ଅଧିକାରୀଙ୍କୁ ଦିଅନ୍ତୁ । ଏହା ପରେ ପ୍ରବାସୀଙ୍କ ନିକଟରେ ଥିବା ରେଳଷ୍ଟେସନରେ ସଂପୃକ୍ତ ପ୍ରବାସୀମାନଙ୍କୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଜରିଆରେ ପହଞ୍ଚାଇ ଦିଆଯିବ ।