
ବ୍ରହ୍ମପୁର : ଗଞ୍ଜାମ ଲେଏର ଫାର୍ମରସ୍ ଆସୋସିଏଶନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ-୧୯ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଶନିବାର ପ୍ରଦାନ କରିଛନ୍ତି । ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ କାର୍ଯ୍ୟାଳୟରେ ପହଞ୍ôଚ ଜିଲ୍ଲାପାଳଙ୍କୁ ୫ଲକ୍ଷ ଟଙ୍କାର ଡ୍ରାଫ୍ଟ ଜିଲ୍ଲା ଆସୋସିଏଶନ୍ ପକ୍ଷରୁ ପ୍ରଦାନ କରାଯାଇଥିବା ସଭାପତି ଶୁଭେନ୍ଦୁ କୁମାର ସାହୁ ଓ ଉପସଭାପତି ଏଲ୍.ସରୋଜ କୁମାର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ନବୀନ ସରକାରଙ୍କ ବହୁବିଧି ପଦକ୍ଷେପ ସାରା ଦେଶରେ ପ୍ରଶଂସା ପାଉଥିବା ବେଳେ ତାଙ୍କରି ଏହି ସ୍ୱତନ୍ତ୍ର ରିଲିଫ୍ ପାଣ୍ଠିକୁ ଆସୋସିଏଶନ୍ ପକ୍ଷରୁ ୫ଲକ୍ଷ ଟଙ୍କା ଦାନକରି କର୍ମକର୍ତ୍ତାମାନେ ଖୁସିବ୍ୟକ୍ତ କରିଥିବା କହିଛନ୍ତି । ଡ୍ରାଫ୍ଟ ପ୍ରଦାନ ବେଳେ ସଭାପତି ଶ୍ରୀ ସାହୁ, ଉପସଭାପତି ଶ୍ରୀ ପାତ୍ରଙ୍କ ସମେତ ସମ୍ପାଦକ ମଦନମୋହନ ପାଣିଗ୍ରାହୀ, ସଦସ୍ୟ ମଦନମୋହନ ରାଉତ, ସୁଧାଂଶୁ ତ୍ରିପାଠୀ, ହରିକୃଷ୍ଣ ସାହୁ, ଶ୍ରୀନିବାସ ବାବୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO