
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୪୦ଟି ୱାର୍ଡରେ ବସବାସ କରୁଥିବା ସମସ୍ତ ଘରର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ(ଶରୀର ତାପମାତ୍ରା ଯାଞ୍ଚ) ଯଥା ଜ୍ୱର ଅଛିକି ନାହିଁ ତାହାର ତଥ୍ୟ ସଂଗ୍ରହ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ସୋମବାର ଠାରୁ ପ୍ରୟାଶ ଆରମ୍ଭ କରିଥିଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଗମ ଅଞ୍ଚଳର ୨୮ଟି ୱାର୍ଡର ୫୪୬୫ ଘରୁ ୨୩୬୯୨ ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ବା ଜ୍ୱର ଅଛିକି ନାହିଁ ତାହା ଯାଞ୍ଚ କରାଯାଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଗମର ସ୍ୱାସ୍ଥ୍ୟ କର୍ମୀ ଯଥା- ଆଶା, ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ୧୦ଟି ଟିମ୍ରେ ଡାକ୍ତରଙ୍କ ଉପସ୍ଥିତିରେ ଏହି ସ୍କ୍ରିନିଂ ଆରମ୍ଭ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO