
ବ୍ରହ୍ମପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାଶରେ ଗଞ୍ଜାମ ଜିଲ୍ଲା ବ୍ୟାପୀ ଲକ୍ ଡାଉନ୍ ଯୋଗୁ ଶିଶୁ, ପ୍ରସୂତି ଓ ଗର୍ଭବତୀ ମାନଙ୍କୁ ଅଣ୍ଡା ଯୋଗାଣ କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବା ଲାଗି ଗଞ୍ଜାମ ଜିଲ୍ଲାର ପ୍ରଥମ ପାଇଲଟ୍ ପ୍ରକଳ୍ପ ଭାବେ ଜିଲ୍ଲା ପ୍ରଶାସନର ମହତ୍ୱାକାଂକ୍ଷ ପଦକ୍ଷେପ ସ୍ୱରୂପ ଜିଲ୍ଲାର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଏବଂ ସରକାରୀ ନିର୍ଦ୍ଦାରିତ ଦର ଠାରୁ କମ୍ ମୂଲ୍ୟରେ ଅଣ୍ଡା ଯୋଗାଣ ଦାୟୀତ୍ୱ ଦିଆଯାଇଛି । ସରକାରଙ୍କ ବିବୃତ୍ତି ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ମାସକୁ କୋମଳମତି ଶିଶୁଙ୍କ ପାଇଁ ଓ ପଞ୍ଜିକୃତ ଗର୍ଭବତୀ ମହିଳାମାନଙ୍କୁ ୧୨ଟି ଲେଖାଏଁ ଏବଂ ୩ବର୍ଷରୁ ୬ବର୍ଷ ପ୍ରିସ୍କୁଲରେ ପଞ୍ଜିକୃତ ହୋଇଥିବା ପିଲାମାନଙ୍କୁ ମାସକୁ ୨୦ଟି ଲେଖାଏଁ ଅଣ୍ଡା ଦେବା ପାଇଁ ଧାର୍ଯ୍ୟ କରାଯାଇଛି । ସେହିପରି ମଙ୍ଗଳବାର ଆସିକା ବ୍ଲକ୍ ଅନ୍ତର୍ଗତ ଚେରମାରିଆ ଗ୍ରାମରେ ଅଣ୍ଡା ବଣ୍ଟନ ବେଳେ ସାଂସଦ ପ୍ରମିଳା ବିଷୋୟୀ ଅଙ୍ଗନୱାଡ଼ି କର୍ମୀ ଏବଂ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ ହିତାଧିକାରୀମାନଙ୍କୁ ଅଣ୍ଡା ସଠିକ୍ ଭାବେ ମିଳୁଛି ନା ନାହିଁ । ଅଙ୍ଗନୱାଡ଼ି କର୍ମୀ ରଶ୍ମିତା ଗୌଡ କହିଛନ୍ତି ଯେ, ଆଗ ଅପେକ୍ଷା ଜିଲ୍ଲାପାଳଙ୍କର ନିଷ୍ପତ୍ତି ସ୍ୱାଗତଯୋଗ୍ୟ । କାରଣ ଆମେ ଆଟୋରେ ଯାଇ ସହରକୁ ଅଣ୍ଡା ଆଣିବା ବେଳେ ବିଭିନ୍ନ ସମସ୍ୟା ଦେଖାଯାଉଥିଲା । ଅଟୋ ଭଡା ଏବଂ ବହୁ ଅଣ୍ଡା ନଷ୍ଟ ହୋଇଯାଉଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀ ଅଣ୍ଡା ଯୋଗାଇବା ଫଳରେ ବର୍ତ୍ତମାନ ଆମକୁ ସେହିସବୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁନାହିଁ । ଅନ୍ୟପକ୍ଷରେ ସାଂସଦ ପ୍ରମିଳା ବିଷୋୟୀ ଜିଲ୍ଲାପାଳଙ୍କ ଏହି ପାଇଲଟ ପ୍ରଜେକ୍ଟକୁ ପ୍ରଶଂସା କରିଥିଲେ । କରୋନା ସମୟରେ ଗର୍ଭବତୀ ମା’, ଶିଶୁ ଓ ପ୍ରସୂତୀ ମାନଙ୍କୁ ଠିକ୍ ଗ୍ରୁପ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ଠାରୁ କମ୍ ମୂଲ୍ୟରେ ଅଣ୍ଡା ଯୋଗାଇ ଦିଆଯାଉଛି । ଏଥିଦ୍ୱାରା ମିଶନ ଶକ୍ତିର ମହିଳା ଗ୍ରୁପ୍ ମାନେ ଆହୁରି ଦକ୍ଷଶୀଳ ଏବଂ ସ୍ୱାବଲମ୍ବୀ ହୋଇପାରିବେ । ଗଞ୍ଜାମ ଜିଲ୍ଲାର ଗ୍ରୁପ୍ ମାଧ୍ୟମରେ ଅଣ୍ଡା ବଣ୍ଟନ କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO