
ବ୍ରହ୍ମପୁର : ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଞ୍ଜନ ପୃଷ୍ଟି ସୋମବାର ଗଞ୍ଜାମ ବ୍ଲକ ର କାଇଁଚ ପୁର, ମଲାଡ଼,ସନ୍ତୋଷପୁର, ପୋଇରାଶି ଓ ହୁମ୍ମା ପଞ୍ଚାୟତ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପହଞ୍ଚି ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଯେଉଁ ବ୍ୟକ୍ତି ବିଶେଷ ମାନେ ସେହି ସଂଗରୋଧ କେନ୍ଦ୍ର ମାନଙ୍କରେ ରହିଛନ୍ତି ସେମାନଙ୍କ ଖାଦ୍ୟ, ପାନୀୟ ଆଦି ବିଭିନ୍ନ ସୁବିଧା ମିଳୁଛିକି ନାହିଁ ତାହାର ତଦାରଖ କରିଥିଲେ।ଏହା ସହ କରୋନା
ମୁକାବିଲା କୁ ନେଇ ଗଞ୍ଜାମ ବ୍ଲକ୍
ପକ୍ଷରୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିଥିଲେ।ରାସନ କାର୍ଡ ହିତାଧିକାରୀ,ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ଠିକ ଭାବେ ସେମାନଙ୍କ ସରକାରୀ ସହାୟତା ମିଳିଛି କି ନାହିଁ ତାର ମଧ୍ୟ ତଦାରଖ କରିଥିଲେ। ଘରକୁ ଘର ଯାଇ ଏନେଇ ଲୋକଙ୍କୁ ପଚାରି ବୁଝିଥିଲେ। ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ନିରାଶ୍ରୟ
ଓ ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ରନ୍ଧା ଖାଦ୍ୟର ମଧ୍ୟ ସଠିକ ତଦାରଖ କରିଥିଲେ।
ଏହି ପରିଦର୍ଶନରେ ବି ଡି ଓ ଜ୍ୟୋତି ଶଙ୍କର ରାୟ, ସି ଡି ପି ଓ ସଲୀଳା ପ୍ରଧାନ,ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା ପ୍ରମୁଖ ଙ୍କ ସମେତ ବିଭିନ୍ନ ସରକାରୀ କର୍ମଚାରୀ ଇପସ୍ଥିତ ଥୋଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO