
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କୋଭିଡ-୧୯ ର ମୁକାବିଲା ପାଇଁ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି।ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ବହୁ ଲୋକ ଆସୁଥିବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସଟ ଡାଉନ ମଧ୍ୟ ଘୋଷଣା କରିଥିଲେ।ଦୀର୍ଘଦିନର ବ୍ୟବଧାନ ପରେ ଆଜିଠାରୁ ଲକ ଡାଉନ କଟକଣା କୁ ଜିଲ୍ଲାପାଳ ସାମାନ୍ୟ କୋହଳ କରିବା ଦ୍ୱାରା ଜନସଧାରଣ ସାମାନ୍ୟ ଆଶ୍ୱସ୍ତ ଲାଭ କରିଛନ୍ତି।ଭଞ୍ଜନଗର ସହରରେ ପୂର୍ବ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।ରାସ୍ତାରେ ବାଇକ ଓ ଗାଡି ମଟର ସଂଖ୍ୟା କିଛିଟା ବୃଦ୍ଧି ପାଇଥିଲା।ଆଜି ଠାରୁ ବିଭିନ୍ନ ସରକାରୀ ଅଫିସ ଖୋଲିଥିଲେ ମଧ୍ୟ ଯାତ୍ରୀ ପରିବହନ ବ୍ୟବସ୍ଥା ନଥିବାରୁ କାର୍ଯ୍ୟାଳୟ ଗୁଡିକ ଖାଲି ଥିବା ଦେଖାଯାଇଛି।ଅତ୍ୟାବଶ୍ୟକ ସ୍ଥଳେ ବାଇକ ରେ ଜଣେ ଓ ଚାରି ଚକିଆ ଯାନ ରେ ଡ୍ରାଇଭର ଙ୍କ ବ୍ୟତୀତ ଅନ୍ୟ ଜଣେ ଯିବା ପାଇଁ ଅନୁମତି ରହିଛି।ସେହିପରି ଏମ.ଜି.ଏନ.ଆର.ଜି.ଏ ରେ ଶ୍ରମିକମାନେ ଓ କୃଷି କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ । ଲୁହା ଛଡ,ସିମେଣ୍ଟ ଦୋକାନ,କମ୍ପୁଟର ଦୋକାନ, ଜନସେବା କେନ୍ଦ୍ର, ଓ କେତେକ ମରାମତି ଦୋକାନ କୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଲିଛି।ଏହା ଦ୍ୱାରା କିଛି ବ୍ୟବସାୟୀ,ଶ୍ରମିକ ଓ ଚାଷୀ ଉପକୃତ ହୋଇଥିବା ଜଣାପଡିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO