

ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କୋଭିଡ-୧୯ ର ମୁକାବିଲା ପାଇଁ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି।ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ବହୁ ଲୋକ ଆସୁଥିବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସଟ ଡାଉନ ମଧ୍ୟ ଘୋଷଣା କରିଥିଲେ।ଦୀର୍ଘଦିନର ବ୍ୟବଧାନ ପରେ ଆଜିଠାରୁ ଲକ ଡାଉନ କଟକଣା କୁ ଜିଲ୍ଲାପାଳ ସାମାନ୍ୟ କୋହଳ କରିବା ଦ୍ୱାରା ଜନସଧାରଣ ସାମାନ୍ୟ ଆଶ୍ୱସ୍ତ ଲାଭ କରିଛନ୍ତି।ଭଞ୍ଜନଗର ସହରରେ ପୂର୍ବ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।ରାସ୍ତାରେ ବାଇକ ଓ ଗାଡି ମଟର ସଂଖ୍ୟା କିଛିଟା ବୃଦ୍ଧି ପାଇଥିଲା।ଆଜି ଠାରୁ ବିଭିନ୍ନ ସରକାରୀ ଅଫିସ ଖୋଲିଥିଲେ ମଧ୍ୟ ଯାତ୍ରୀ ପରିବହନ ବ୍ୟବସ୍ଥା ନଥିବାରୁ କାର୍ଯ୍ୟାଳୟ ଗୁଡିକ ଖାଲି ଥିବା ଦେଖାଯାଇଛି।ଅତ୍ୟାବଶ୍ୟକ ସ୍ଥଳେ ବାଇକ ରେ ଜଣେ ଓ ଚାରି ଚକିଆ ଯାନ ରେ ଡ୍ରାଇଭର ଙ୍କ ବ୍ୟତୀତ ଅନ୍ୟ ଜଣେ ଯିବା ପାଇଁ ଅନୁମତି ରହିଛି।ସେହିପରି ଏମ.ଜି.ଏନ.ଆର.ଜି.ଏ ରେ ଶ୍ରମିକମାନେ ଓ କୃଷି କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ । ଲୁହା ଛଡ,ସିମେଣ୍ଟ ଦୋକାନ,କମ୍ପୁଟର ଦୋକାନ, ଜନସେବା କେନ୍ଦ୍ର, ଓ କେତେକ ମରାମତି ଦୋକାନ କୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଲିଛି।ଏହା ଦ୍ୱାରା କିଛି ବ୍ୟବସାୟୀ,ଶ୍ରମିକ ଓ ଚାଷୀ ଉପକୃତ ହୋଇଥିବା ଜଣାପଡିଛି।