![](https://indokalingtimes.com/wp-content/uploads/2020/04/WhatsApp-Image-2020-04-16-at-6.40.51-PM-300x170.jpeg)
ସାନଖେମୁଣ୍ଡି: ଭୟାବହ କରୋନା ବିପତ୍ତି ସମସ୍ତଙ୍କୁ ଗ୍ରାସ କରିଥିବା ବେଳେ ଜନସାଧାରଣଙ୍କ ସଚେତନତା ଓ ମିଳିତ ମୁକାବିଲା ହିଁ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ ପାଇଛି l କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ବୃଦ୍ଧି ପାଇଥିବା ବେଳେ ସମାଜରେ ବସବାସ କରୁଥିବା ଅସହାୟ ଶ୍ରେଣୀର ବ୍ୟକ୍ତି ମାନେ ଯେଭଳି ଭୋକରେ ନରହିବେ ସେଥିପାଇଁ ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ସମସ୍ତ ଥାନା କର୍ମଚାରୀଙ୍କ ସହଯୋଗରେ କରୋନା ଲକଡାଉନ ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟ ଭୋଜନ ଗାଁ ଗାଁ ବୁଲି ପରିବେଷଣ କରିଥିବା ବେଳେ ଖାଦ୍ୟ ରନ୍ଧନ ଓ ବଣ୍ଟନ ପାଇଁ ସ୍ବେଛାକୃତ ଭାବେ ପାଟପୁର ଥାନା ଆଇଆଇସି ଙ୍କ ସହ ଧର୍ମପତ୍ନୀ ସସ୍ମିତାରାଣୀ ଗଜେନ୍ଦ୍ର ସହଯୋଗ କରିବା ସହ ଥାନା କର୍ମଚାରୀ ମାନଙ୍କ ସହ ବୁଲି ବିପନ୍ନଙ୍କୁ ଖାଦ୍ୟ ପରିବେଷଣ କରିଛନ୍ତି l କରୋନା ପ୍ରତିକାର ପାଇଁ ପୋଲିସ ବହୁତ ଭୂମିକା ନେଇଥିବା ବେଳେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଙ୍କ ଧର୍ମପତ୍ନୀ ପୋଲିସ ମାନଙ୍କ ସହ ବିପନ୍ନଙ୍କୁ ସହାୟତା ପାଇଁ ଗାଁ ଗାଁ ବୁଲି ସହଯୋଗ କରିବା ବହୁତ ଖୁସି ପ୍ରଦାନ କରୁଥିବା ସହ ସଚେତନ ହୋଇ ମିଳିତ ଭାବେ କାଯ୍ୟ କରିବା ଓ ବିପନ୍ନଙ୍କୁ ସଂକଟରେ ସହାୟତା କରିବା ଏହି ସମୟରେ ଆହ୍ୱାନ ବୋଲି ଆଇଆଇସି ଧର୍ମପତ୍ନୀ ପ୍ରକାଶ କରିଛନ୍ତି l
ରିପୋର୍ଟ: ପ୍ରଫୁଲ୍ଲ ସାବତ ।