
ବ୍ରହ୍ମପୁର: ରବିବାର ସକାଳୁ ସଡକ ପଥରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଖଲ୍ଲିକୋଟ ହୋଇ ଜିଲ୍ଲାରେ ପହଞ୍ôଚଥିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ । ପ୍ରଥମେ ଖଲ୍ଲିକୋଟ ଟୋଲ୍ ଗେଟରେ ଓହ୍ଲାଇ ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ ଥାନା, ଅଗସ୍ତିନୂଆଗାଁ ସ୍ଥିତ ଅଷ୍ଟମ ବାଟାଲିୟନ୍, ଛତ୍ରପୁର ସ୍ଥିତ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ଛତ୍ରପୁର ପୁଲିସ ବାରାକ୍, ଲୋଏର ବସ୍ଷ୍ଟାଣ୍ଡସ୍ଥିତ ପୁଲିସ ମେଡିକାଲ୍ ଓ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ କରିବା ସହ ପୁଲିସ କନଷ୍ଟେବଳ ଠାରୁ ଆରମ୍ଭକରି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସାପ୍ତାହିକ ଛୁଟି ମିଳୁଛି ନା ନାହିଁ ପଚାରିବା ସହ ବ୍ୟକ୍ତିଗତ ସ୍ତରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କହିଥିଲେ । କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରି କରି କ’ଣ ସବୁ ପଦକ୍ଷେପ ଓ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଡିଜିପି ପଚାରି ବୁଝିଥିଲେ । ପୋଲିସ କଣ୍ଟ୍ରୋଲ ରୁମ୍ର କାର୍ଯ୍ୟକାରିତା, ପାଟ୍ରୋଲିଂ, କର୍ମଚାରୀଙ୍କ ମଙ୍ଗଳ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ପ୍ରମୁଖ ଉପସ୍ଥିତ ଥିଲେ । ପୁଲିସ ମହାନିର୍ଦ୍ଦେଶକଙ୍କ ଗସ୍ତ ବିଶେଷକରି ନିଜେ ଆସି ଆଲୋଚନା କରିଥିବାରୁ ପୁଲିସ କନେଷ୍ଟବଳ ଓ ଅଧିକାରୀମାନେ ବେଶ୍ ଆନନ୍ଦ ପ୍ରକାଶ କରିବା ସହ ଏହା ଦ୍ୱାରା ସେମାନଙ୍କ ମନବଳ ବୃଦ୍ଧି ପାଇଲା ବୋଲି କହିଛଡ଼୍ତି । ଅନ୍ୟପଟେ ଜିଲ୍ଲାର ସମସ୍ତ ଥାନା, ବାରାକ୍ ଆଦିରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫ୍ରଣ୍ଟ ଲାଇନ୍ରେ କାମ କରୁଥିବା ପୁଲିସ କନେଷ୍ଟବଳ ଓ ଥାନାଧିକାରୀ ସମସ୍ତଙ୍କୁ ମାସ୍କ ପ୍ରଦାନ କରାଯାଇଛି ବୋଲି ଗଞ୍ଜାମ ଏସ୍ପି କହିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଛତ୍ରପୁର ଠାରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର, ଏସ୍.ପ୍ରଧାନ, ରିଜର୍ଭ ଇନ୍ସିପେକ୍ଟର ଗଙ୍ଗାଧର ଧାଙ୍ଗର୍, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO