
ବେଲଗୁଣ୍ଠା- ସମଗ୍ର ଭାରତର ସବୁ ରାଜ୍ୟକୁ କରୋନା ମହାମାରୀ ଅସହାୟ କରିଦେଇଛି।ଗୁଜୁରାଟ ରେ ମଧ୍ୟ ଲକ୍ରାଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି । ବିଭିନ୍ନ ସହର ପରି ସୁରଟ ସହରରେ 27 ଜଣ କରୋନା ପଜିଟିଭ ଚହ୍ନଟ ହୋଇଛନ୍ତି ।ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶାସନ ପକ୍ଷରୁ ଲକଡାଉନ୍ କୁ କଡାକଡି ଭାବରେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଭଳି ପରିସ୍ଥିତିରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଲସ୍କାନାର ହୀରାଖଣ୍ଡ ନିକଟ ସୁରଟ ସହରର ସରଥାନା ପୋଲିସ ଷ୍ଟେସନର ସିମିରେ ଓଡିଶାର କିଛି ଲୋକଙ୍କସହ ଅନ୍ୟ ରାଜ୍ୟର ବାସିନ୍ଦା ମଧ୍ୟନିଜ ନିଜ ନିଜ ଅଂଚଳକୁ ଯିବାକୁ ଜିଦ୍ କରି ଏହି ଅଞ୍ଚଳରେ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜାକରିବା ସହ ଢେଲା ମାଡ କରିଛନ୍ତି ।କିଛି ଲୋକ ପରିବାର ସହିତ ରହୁଥିବା ବେଳେ ସମ୍ପୂର୍ଣ୍ଣ ଅସହାୟ ହୋଇ ଶେଷରେ ରାଜରାଏ ଓହ୍ଲାଇଥିବା ଜଣାପଡିଛି ।ପରିସ୍ଥିତିକୁ ଅନୁଭବ କରି ବରିଷ୍ଠ ପୋଲିସ କର୍ମଚାରୀମାନେ ତୁରନ୍ତଘଟଣାସ୍ଥଳରେ ପଂହଞ୍ଚିପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।ଏଥି ସହ ପୋଲିସ ୭୦ ରୁ ୮୦ ଲୋକଙ୍କୁ ଅଟକ ମଧ୍ୟ ରଖିଛନ୍ତି ।ସ୍ଥାନୀୟ ଅଂଚଳରଘାଟାଷ୍ଟାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁରଟାର ଲାସ୍କାନାର ଏହି ମାରୁତି ଇଷ୍ଟେଟରେ ପାୱାରଲୁମ୍ କାରଖାନା ବହୁ ପରିମାଣରେ ରହିଛି। ଏଥିରେ କାର୍ଯ୍ୟରତ ଅଧିକାଂଶ କାରିଗର ହେଉଛନ୍ତି ଓଡିଶାର ଲୋକ, ଯଦିଓ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକ ଅଛନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ କମ୍ ଅଟେ | ଓଡ଼ିଶାରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାର ଲୋକଡାଉନ୍ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସୁରଟରେ ରହୁଥିବା ଏହି ପାୱାରଲୁମରେକାର୍ଯ୍ୟ କରୁଥିବା ଓଡ଼ିଶା ଶ୍ରମିକମାନେ ହଠାତ୍ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ରାଜ୍ୟକୁ ଯିବାକୁ ଜିଦ୍ ଧରିଥିଲେ। ଏଭଳି ପରିସ୍ଥିତିରେ ଓଡିଶା ଫେରିବାକୁ କୌଣସି ସୁଯୋଗ ନ ପାଇ ଏଥିରେ ଊତ୍ତ୍ୟକ୍ତ ହୋଇଥିଲେ ।ଫଳରେ ରାସ୍ତାରେ ଯାଊଥିବା ୮ ରୁ ୧୦ ଟି ପନିପରିବା ଲାରି ପୋଡି ଦେଇଥିଲେ ଏବଂ ପଥର ,ଢେଲା ମାଡଆରମ୍ଭ କରିଥିଲେ । ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡା ଜଳାକରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ତୁରନ୍ତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୭୦ ରୁ ୮୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ, ୧୪୪ ଧାରାର ଅବମାନନା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ଆଦି ମାମଲା ରହିଛି ।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ରାତିସାରା ବ୍ୟାପକ କାନ ତଲାସି କରାଯାଇଛି । କରୋନା ମହାମାରୀ ହେତୁ ଏହି ଶ୍ରମିକମାନେ ନିଜ ରାଜ୍ୟକୁ ଯାଇପାରିବେ ନାହିଁ। ଲୋକମାନଙ୍କକହିବା କଥା ସେମାନଙ୍କୁଦୁଇଥର ଖାଦ୍ୟ ମିଳିଯାଊଛି ।କିନ୍ତୁ କାମ ନ ମିଲିବାରୁ ଟଙ୍କାର ଅଭାବ ରହିଛି ଯେଉଁଥିପାଇଁ ଏହି ଅସନ୍ତୋଷ ସୃଷ୍ଟି କରିଛି ।ଏହି କାରଣରୁ ଲୋକଙ୍କମଧ୍ୟରେଅସନ୍ତୋଷ ଲାଗି ରହିଥିଲା ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO