![](https://indokalingtimes.com/wp-content/uploads/2019/09/IMG-20190921-WA0076.jpg)
ସାନଖେମୁଣ୍ଡି : ସ୍ତାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତଥା ବ୍ଲକ କୃଷି ବିଭାଗ ଶୌଚନ୍ୟରୁ ଏରେଣ୍ଡ୍ରା ପଞ୍ଚାୟତରେ କୀଟନାଶକର ସଠିକ ଓ ନିରାପଦ ବ୍ୟବହାର ସମ୍ପର୍କିତ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। ବ୍ଲକ କୃଷି ଅଧିକାରୀ ଶ୍ରୀ ବିଶ୍ୱରଂଜନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଅଞ୍ଚଳର ଅଭିଜ୍ଞ ଚାଷୀ ତଥା କୃଷକ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥିଭାବେ ବରିଷ୍ଠ କୃଷକ ତଥା ସଂଗଠକ ଶ୍ରୀ ସହଦେବ ପ୍ରଧାନ ପୌରହିତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଉପସ୍ଥିତ କୃଷକ ସମାଜକୁ ଅନୁପ୍ରାଣିତ କରିଥିଲେ। କୃଷି ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ରାଉତ ସାମ୍ପ୍ରତିକ ଫସଲର ବୈଷୟିକ ଜ୍ଞାନ କୌଶଳ ସହ କୀଟନାଶକର ସଠିକ ନିରୂପଣ ପାଇଁ ରୋଗ ନିଦାନ ଏବଂ ଫସଲ ଚାର ରୋପଣ ଅବଧିକ ଧ୍ୟାନ ଦେବା ପାଇଁ ତଥ୍ୟ ପ୍ରଦାନ କରିଥିଲେ। କୀଟନାଶକର ବ୍ୟବହାର ସମୟରେ ସାବଧାନତାକୁ ଗୁରୁତ୍ୱ ଦେବା ସହିତ ସଠିକ ଅନୁପାନକୁ ତଥ୍ୟଭିତ୍ତିକ ଭାବେ ଉପସ୍ଥିତ କୃଷକ ସମସ୍ୟାକୁ ଅବଗତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ କ୍ଷେତ୍ରବାସୀ ସାହୁ, ରାମହାରି ସ୍ୱାଇଁ, ହରିହର ଗୌଡ଼, ଆପୁଲ ବରାଡ଼, ଗଗନ ସ୍ୱାଇଁ, କାଳିଆ ଜେନା, ବିଜୟ ସେଠି, ସୁଦର୍ଶନ ନାହାକ, ଅମୂଲ୍ୟ ପ୍ରଧାନ, ତବତିଆ ବରାଡ଼ ପ୍ରମୁଖ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ। ବିଭାଗ ତରଫରୁ କୃଷି କ୍ଷେତ୍ର କର୍ମଚାରୀ ଶ୍ରୀ ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରିପୋର୍ଟ: ପ୍ରଫୁଲ୍ଲ ସାବତ।